ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଣ୍ଡୋଗୁଡା ଜଙ୍ଗଲରେ ନିଆଁ, କାବୁ କଲେ ବନ କର୍ମଚାରୀ

ନର୍ଲା (ମ.ନି.ସ) ଗତକାଲି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ନିକଟସ୍ଥ ଦେଣ୍ଡୋଗୁଡ଼ା ଜଙ୍ଗଲରେ ନିଆଁ ଲାଗିଥିଲା। ଖବର ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନସ୍ଥ ଭାବନୀପାଟଣା ରେଞ୍ଜର ସାନ୍ତପୁର ସେକ୍ସନର ବନରଖି ଭାବନୀ ଶଙ୍କର ପରିଛାଙ୍କ ନେତୃତ୍ୱରେ ଅରଖିତ ମାଝୀ ( ଖମନପଡା) ବିରେନ୍ଦ୍ର ଗଉଡ଼ (ଧାମନଖୁଣ୍ଟା) ଏବଂ ଚକ୍ରଧର ସାହୁ ନିଆଁ ଲିଭେଇବା ପାଇଁ ଆସିଥିଲେ। ଏଥିସହ ଭାଵନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ , ସଦସ୍ୟ ଅସୀମ ଭୋଇ ଏବଂ ପ୍ରଶାନ୍ତ ସାହୁ ପ୍ରମୁଖ ନିଆଁ ଲିଭେଇବାରେ ସାହାଯ୍ୟ କରିଥିଲେ । ଯାହା ଫଳରେ ନିଆଁକୁ କାବୁ କରାଯାଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

Sunil Chandra Nayak

ରଣ ପାଇବା ନାରେ ଠକାମିର ଶିକାର 

Sunil Chandra Nayak

ଜୁନାଗଡ ମାରୱାଡି ମହିଳା ସମିତିର ରଜତ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!