ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ନୂଆପଡ଼ା -:  ସଦର ଥାନା ଗୋଡଫୁଲା ପଂଚାୟତ ଜୁନାନୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ହେଲେ ସୂର୍ଯୋମତି ନିଆଲ(୬୦) । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆଜି ସକାଳୁ ଜୁନାନୀ ଗାଁର ପଦ୍ମନ ନିଆଲ(୬୫) ଓ ସ୍ତ୍ରୀ ସୂର୍ଯୋମତି ନିଜ ଚାଷ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ । ସ୍ବାମୀ ପଦ୍ମନ ଆଗରେ ଚାଲୁଥିବା ବେଳେ ସ୍ତ୍ରୀ ସୂର୍ଯୋମତି ପଛରେ ଚାଳୁଥିଲେ । ଏହି ସମୟରେ ଜଙ୍ଗଲରୁ ଦୁଇଟି ଭାଲୁ ଚାଲି ଆସି ସୂର୍ଯୋମତିଙ୍କୁ ପଛ ପଟୁ ଆକ୍ରମଣ କରିଥିଲେ । ସ୍ଵାମୀ ପଦ୍ମନ ଚିତ୍କାର କରିବାରୁ ସ୍ତ୍ରୀ ସୂର୍ଯୋମତିଙ୍କୁ ଛାଡି ଦୁଇଟି ଭାଲୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଏଥିରେ ସୂର୍ଯୋମତି ଲହୁଲୁହାଣ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଜଂଘର ମାଂସକୁ କାଢି ନେଇଥିବା ବେଳେ ୨୦ରୁ ଅଧିକ ଷ୍ଟିଚ ଲାଗିଥିବା ଜଣା ପଡିଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମ.ରାମପୁରରେ ମା ଦୂର୍ଗାଙ୍କ ନବଦିନାତ୍ମକ ପୂଜା

Sunil Chandra Nayak

ସାଲୁଙ୍କି ନଈରେ ଭାସି ଯିବା ଯୁବକର ଶବ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

Sunil Chandra Nayak

ସାପ କାମୁଡ଼ାରେ ସ୍ୱାମୀ ସ୍ତ୍ରୀ ମୃତ

Sunil Chandra Nayak

Leave a Comment

error: Content is protected !!