ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନଜିଓ କୁ ବିଦେଶ ପାଣ୍ଠି… ୪୦ ଗୋଟି ସ୍ଥାନରେ ସିବିଆଇ ର ରେଡ଼

ଦେଶର ବିଭିନ୍ନ ଏନଜିଓ ଗୁଡିକକୁ ବିଦେଶରୁ ଅନୁଦାନ ମିଳୁଥିବା ଘଟଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି ସିବିଆଇ।ଏନେଇ ପାଞ୍ଚ ଜଣ ସରକାରୀ କର୍ମଚାରୀ ଙ୍କ ସମେତ ଦଶ ଜଣ ଙ୍କୁ ଅଟକ ରଖି ଘଟଣା ର ତଦନ୍ତ କରିବା ସହିତ ଦେଶର ୪୦ ଗୋଟି ସ୍ଥାନରେ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି।ସରକାରୀ ଅଧିକାରୀ ମାନେ ବ୍ୟାପକ ଲାଞ୍ଚ ନେଇ ଏନଜିଓ ଗୁଡିକ ଉପରେ ବିଦେଶୀ ଅନୁଦାନ ପାଇଁ ଲାଗୁ ହେଉଥିବା ଆଇନ ର ବ୍ୟାପକ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି।କିଛି ସରକାରୀ ଅଧିକାରୀ ବେଆଇନ ଭାବେ ବିଦେଶୀ ପାଣ୍ଠି ସଂଗ୍ରହ ପାଇଁ ଏନଜିଓ ସଂସ୍ଥାକୁ foreign contribution regulation act ( FCRA) ଅନୁମତି ଦେଇଥିବା ସିବିଆଇ ସୁରାଗ ପାଇଛି।ଖୋଦ ସ୍ବରାଷ୍ଟ୍ର ମନ୍ତ୍ରାଳୟ ର କିଛି ଅଧିକାରୀ ଏଥିରେ ସାମିଲ ଥିବା କୁହାଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟର ଅଧିକାରୀ,ଏନଜିଓର ପ୍ରତିନିଧି ଓ କିଛି ମଧ୍ୟସ୍ଥି ଙ୍କ ମଧ୍ୟରେ ଲାଞ୍ଚ କାରବାର ଚାଲିଥିବା ବେଳେ ସିବିଆଇ ସେମାନଙ୍କୁ ଧରିଛି।ବିଦେଶୀ ପାଣ୍ଠି ଗ୍ରହଣ କରିବାର ଅନୁମତି ଦେବାକୁ ଏହି ଲାଞ୍ଚ କାରବାର ହେଉଥିଲା।ଏହି ଘଟଣା ପରେ ଦେଶର ୧୨ ଗୋଟି ଏନଜିଓ ସିବିଆଇ ସ୍କାନରକୁ ଆସିଛନ୍ତି। ସିବିଆଇ ଅଧିକାରୀ କହିଛନ୍ତି ଯେ, ହାୱାଲା ଚ୍ୟାନେଲ ଜରିଆରେ ପ୍ରାୟ ଦୁଇ କୋଟି ଟଙ୍କାର ନେଣଦେଣ ହୋଇଛି।ଦିଲ୍ଲୀ, ରାଜସ୍ଥାନ, ଚେନ୍ନାଇ, ମହୀଶୂର ସମେତ ୪୦ଟି ସ୍ଥାନ ରେ ରେଡ଼ କରାଯିବ। ପରେ ଏହି ଟଙ୍କାକୁ ଜବତ କରାଯାଇଛି।ବେଆଇନ କାମର ସୂଚନା ସ୍ବରାଷ୍ଟ୍ର ମନ୍ତ୍ରାଳୟ ସୂଚନା ମିଳିବା ପରେ ହିଁ ସିବିଆଇ ଏଭଳି ଚଢ଼ାଉ କରିଛି ଓ ଏହି ରେଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରକାଶ ପାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

ଦୁର୍ଗାପୂଜା ପାଇଁ ଚିଲିଗୁଡା ଗାଁ ଉତ୍ସବ ମୁଖର

Sunil Chandra Nayak

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!