ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟ ଗୁଡିକରେ ଗୁରୁଦିବସ ପାଳିତ 

ଟେମରି : ପୂଜ୍ୟ ଶ୍ରୀ ଶ୍ରୀ ରବି ଶଙ୍କର ଜୀ ଙ୍କ ଆର୍ଟ ଅଫ ଲିଭିଙ୍ଗ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଆଧ୍ୟାତ୍ମିକ ବିଦ୍ୟାଳୟ ଓଡିଶାର କଳାହାଣ୍ଡି ଜିଲ୍ଲାର ତାରାପୁର, ଲିମସେର, ତମ୍ବାଛଡାରୁ ଆରମ୍ଭ କରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଡିଆଟନ, ମୟୁରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଢେଙ୍କାନାଳ, ଯାଜପୁର, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ନିରୀହ, ଅସହାୟ, ଅନାଥ ତଥା ଦରିଦ୍ର ସୀମା ରେଖା ତଳେ ଥିବା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଧର୍ମର ପିଲାମାନଙ୍କୁ ନେଇ ଯୋଗ, ପ୍ରାଣାୟାମ, ସଂସ୍କାର ଓ ସରକାରଙ୍କ ପାଠ୍ୟ ଖସଡ଼ା ଅନୁଯାଇ ହିନ୍ଦୀ, ସଂସ୍କୃତ, ଇଂରାଜୀ ଓ ଓଡ଼ିଆ ଭାଷା ମାଧ୍ୟମରେ ମାଗଣା ଶିକ୍ଷା ଦାନ କରାଯାଉଛି l ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବିଭିନ୍ନ ସ୍କୁଲ ମାନଙ୍କରେ ଗୁରୁ ଦିବସ ପାଳନ କରାଯାଇ ଥିବା ବେଳେ ବିଭିନ୍ନ ଛାତ୍ର ଛାତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ କ୍ରମର ଆୟୋଜନ କରାଯାଇଛି l କଳାହାଣ୍ଡି ଜିଲ୍ଲାରଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଲିମସେର ଓ ଟିଟିଲାଗଡ଼ର ଶ୍ରୀଶ୍ରୀ ଜ୍ଞାନ ମନ୍ଦିର, ଡିଆଟନ ଠାରେ ଗୁରୁ ଦିବସ ପାଳନ କରାଯାଇଛି l ଲିମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରର ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ ଛାତ୍ରଛାତ୍ରୀମାନଙ୍କୁ ସର୍ବପଲ୍ଲୀ ରାଧାକୃଷ୍ଣମ୍ ଙ୍କ ପରି ଜଣେ, ଜଣେ ମହାପୁରୁଷ ହେବା, ଭବିଷ୍ୟତ ରେ ଜଣେ ଜଣେ ବଡ ଲୋକ ହେବା ପାଇଁ ଉପଦେଶ ଦେଇଥିଲେ ଓ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଜୀବନୀ ଓ ମହାନତା ବିଷୟରେ କହିଥିଲେ lଏଥିରେ ଲକ୍ଷ୍ମଣ ସା, ଅମିତ ମେହେର, ଚନ୍ଦ୍ରଶେଖର ନାଗ, ଜଗଜ୍ଜିବନ ସା, ମୁରଲୀ ମେହେର, କୃଷ୍ଣ ମଶ୍ରା, ଅମିତା ଟୋଲଟିଆ, ତଥା ଅନ୍ୟାନ୍ୟ ଗୁରୁଜୀ ବୃନ୍ଦ ଓ ଷ୍ଟାପ ଉପସ୍ଥିତ ଥିଲେ lସେହିପରି ଡିଆଟନ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରରେ ପ୍ରଧାନ ଗୁରୁଜୀ ରୁନୁ ଲତା ପଟାୟତ ଛାତ୍ରଛାତ୍ରୀ ମାନଙ୍କୁ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୀବନୀ ଓ ଗୁରୁ ଦିବସର ମହତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ l ଏଥିରେ ଗଣେଶ ଆଡ଼ଯୁଆଡ଼, ହେମନ୍ତ ଆଡ଼ ଯୁଆଡ, ଖୁସିରାମ ଆଡ଼ ଯୁଆଡ, ଦ୍ରୋପଦୀ ଠେଲା,ଅର୍ଜୁନ ବେହେରା, ତଥା ଅନ୍ୟାନ୍ୟ ଗୁରୁଜୀ ଯୋଗ ଦେଇ ଥିଲେ l

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ରାତ୍ରି ଗୋ ତୁମେ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!