ଢେଙ୍କାନାଳ _୦୭.୦୯.୨୨: କାମାକ୍ଷାନଗର ବ୍ଲକ ନୂଆ ଆଳତୁମା ଗ୍ରାମର ମହାଲଷ୍ମୀ ୟୁଥ କ୍ଲବ ତରଫରୁ ମାଟି ଅନୁକୂଳ କରାଯାଇଛି l ସ୍ଥାନୀୟ ରାମିୟାଳ ନଦୀ କୂଳରେ ପୂଜାର୍ଚ୍ଚନା କରାଯାଇ ମା ମହାଲକ୍ଷ୍ମୀ ଙ୍କ ପାଇଁ ମାଟି ଆସିଥିଲା l ଏହି ପରିପ୍ରେକ୍ଷୀରେ ଆଳତୁମା ଗ୍ରାମ ମଧ୍ୟରେ ଘଣ୍ଟ ବାଦ୍ୟ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଗ୍ରାମ ପରିକ୍ରମା କରାଯାଇଥିଲା l ବିଧି ବିଧାନ ମୁତାବକ ଏହି ମାଟି ମା ମହାଲକ୍ଷ୍ମୀ ଙ୍କ ର ମୃତ୍ତି ପ୍ରସ୍ତୁତି ସମୟରେ ଲାଗିବ l ଚଳିତ ବର୍ଷ ଧୂମଧାମ ରେ ମା ମହାଲକ୍ଷ୍ମୀ ଙ୍କ ପୂଜା ଆରାଧନା ଅନୁଷ୍ଠିତ କରା ଯିବ ବୋଲି ମହାଲକ୍ଷ୍ମୀ ୟୁଥ କ୍ଲବ ତରଫରୁ ସୂଚନା ଦିଆଯାଇଛି l କ୍ଲବ ର ପ୍ରେସିଡେଣ୍ଟ , ଭାଇସି ପ୍ରେସିଡେଣ୍ଟ , ସେକେଟେରୀ ଓ ଉପ ସେକେଟେରୀ ଓ କୋଷାଧ୍ୟକ୍ଷ ଙ୍କ ସହିତ କ୍ଲବ ର ଏକ୍ସକ୍ୟୁଟିଭ ମେମ୍ବର ପ୍ରହ୍ଲାଦ ମୁଦୁଲି, ସୁଧୀର ରାଉତ, ସୁଶାନ୍ତ ସାହୁ,ମନୋଜ ବେହେରା,ବସନ୍ତ ସାହୁ , ଲିଟୁ ସାହୁ ଓ କ୍ଲବ ର ଅନ୍ୟ ସଦସ୍ୟ ଉପସ୍ଥିତ ରେ ମା ମହାଲକ୍ଷ୍ମୀ ଙ୍କ ମାଟି ଅନୁକୂଳ ହୋଇଥିଲା।
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ( ମସିହା ନିଉଜ, ଓଡିଶା )