ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଲକ୍ଷ୍ମୀ ୟୁଥ କ୍ଳବ ତରଫରୁ ମା ମହାଲଷ୍ମୀ ଙ୍କ ମୂର୍ତ୍ତୀ ନିମିତ୍ତ ମାଟି ଅନୁକୂଳ

ଢେଙ୍କାନାଳ _୦୭.୦୯.୨୨: କାମାକ୍ଷାନଗର ବ୍ଲକ ନୂଆ ଆଳତୁମା ଗ୍ରାମର ମହାଲଷ୍ମୀ ୟୁଥ କ୍ଲବ ତରଫରୁ ମାଟି ଅନୁକୂଳ କରାଯାଇଛି l ସ୍ଥାନୀୟ ରାମିୟାଳ ନଦୀ କୂଳରେ ପୂଜାର୍ଚ୍ଚନା କରାଯାଇ ମା ମହାଲକ୍ଷ୍ମୀ ଙ୍କ ପାଇଁ ମାଟି ଆସିଥିଲା l ଏହି ପରିପ୍ରେକ୍ଷୀରେ ଆଳତୁମା ଗ୍ରାମ ମଧ୍ୟରେ ଘଣ୍ଟ ବାଦ୍ୟ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଗ୍ରାମ ପରିକ୍ରମା କରାଯାଇଥିଲା l ବିଧି ବିଧାନ ମୁତାବକ ଏହି ମାଟି ମା ମହାଲକ୍ଷ୍ମୀ ଙ୍କ ର ମୃତ୍ତି ପ୍ରସ୍ତୁତି ସମୟରେ ଲାଗିବ l ଚଳିତ ବର୍ଷ ଧୂମଧାମ ରେ ମା ମହାଲକ୍ଷ୍ମୀ ଙ୍କ ପୂଜା ଆରାଧନା ଅନୁଷ୍ଠିତ କରା ଯିବ ବୋଲି ମହାଲକ୍ଷ୍ମୀ ୟୁଥ କ୍ଲବ ତରଫରୁ ସୂଚନା ଦିଆଯାଇଛି l କ୍ଲବ ର ପ୍ରେସିଡେଣ୍ଟ , ଭାଇସି ପ୍ରେସିଡେଣ୍ଟ , ସେକେଟେରୀ ଓ ଉପ ସେକେଟେରୀ ଓ କୋଷାଧ୍ୟକ୍ଷ ଙ୍କ ସହିତ କ୍ଲବ ର ଏକ୍ସକ୍ୟୁଟିଭ ମେମ୍ବର ପ୍ରହ୍ଲାଦ ମୁଦୁଲି, ସୁଧୀର ରାଉତ, ସୁଶାନ୍ତ ସାହୁ,ମନୋଜ ବେହେରା,ବସନ୍ତ ସାହୁ , ଲିଟୁ ସାହୁ ଓ କ୍ଲବ ର ଅନ୍ୟ ସଦସ୍ୟ ଉପସ୍ଥିତ ରେ ମା ମହାଲକ୍ଷ୍ମୀ ଙ୍କ ମାଟି ଅନୁକୂଳ ହୋଇଥିଲା।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ( ମସିହା ନିଉଜ, ଓଡିଶା )

Related posts

ଜନ ବସତି ମୁହାଁ ଚାଷଜମି ରେ ଲାଗିଥିବା ନିଆଁ, ଅଗ୍ନିଶମ କର୍ମଚାରୀ ଙ୍କ ନିଆଁ ଳିଭାଇବାକୁ ଉଦ୍ୟମ

Sunil Chandra Nayak

ବନଲକ୍ଷ୍ମୀ ମହିନ୍ତି ଙ୍କ କବିତା ସକାଳ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!