ବାଲେଶ୍ଵର,୨୬/୬/୨୨- ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର – କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ସୋର ଥାନା ଅନ୍ତର୍ଗତ ନଦୀଗାଁ ଛକ ନିକଟରେ । OR 05Y 9946 ନମ୍ବର ଚାଉଳ ବୋଝେଇ କଣ୍ଟେନର ଗାଡ଼ିଟି କୌଣସି କାରଣରୁ ନୟନଯୋଡିକୁ ଓଲଟି ପଡିଥିଲା । ସେତେବେଳକୁ ଦିନ ପ୍ରାୟ ୧୨ ଘଟିକା ସମୟ ହେବ । ଖବର ସଂଗ୍ରହରୁ ଜଣାପଡି ଯେ ଖଇରା- ବ୍ରାହ୍ମଣ ପୋଖରୀରୁ ବାଲେଶ୍ଵର ଅଭିମୁଖେ ଗମନ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଦେଖଣାହାରୀଙ୍କ ପ୍ରବଳ ଭିଡ ହେତୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିବାର ଦେଖାଯାଇଥିଲା । ଖବରପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବା ପରେ ଗାଡିଟିକୁ ଜବଦ କରି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ