ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ – ଭାତ ଖାଉଥିବା ବେଳେ ଭୁଶୁଡ଼ିଲା ମାଟି କାନ୍ଥ, ଜଣେ ଶିଶୁ ମୃତ ଓ ୨ ଗୁରୁତର

ମୟୂରଭଞ୍ଜ: ୭/୬/୨୨(ମସିହା) ଘର ଭିତରେ ଗୋଟିଏ ଥାଳିରେ ବଢ଼ା ଯାଇଥିଲା ଭାତ। ଭାଇ ସହ ଭଉଣୀମାନେ ବସି ଖୁବ ଆନନ୍ଦରେ ଭାତ ଖାଉଥିଲେ। ହେଲେ ହଠାତ୍ ମୃତ୍ୟୁ ଉପସ୍ଥିତ ହେଲା। ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଲା। ଯେଉଁଥିରେ ଜଣେ ତିନି ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଲକପୋଖରୀ ଦୁଧିଝରଣ ଦଲକିସାହି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ଗଣେଶ ଦେହୁରୀ। ଗୁରୁତରମାନେ ହେଲେ ସ୍ୱପ୍ନା ଦେହୁରୀ (୪) ଓ କ୍ରିଷ୍ଣା ଦେହୁରୀ (୬)।

ସୂଚନା ମୁତାବକ, ଦିନ ପ୍ରାୟ୯ ଟା ବେଳେ ମା’ ଭାତ ବାଢ଼ି ଦେଇଥିଲେ। ଏମାନେ ବସି ଭାତ ଖାଉଥିଲେ। ସେହି ସମୟରେ ଉକ୍ତ ଘରର ମାଟି କାନ୍ଥ ହାଠତ୍ ଭୁଶୁଡି ପଡ଼ିଥିଲା। କାନ୍ଥ ତଳେ ତିନି ଜଣ ଦବି ଯାଇଥିଲେ। ଅନ୍ୟଜଣେ ଅଳ୍ପକେ ବର୍ତ୍ତିଯାଇ ଥିଲେ। ଚିତ୍କାର ଶୁଣିବାରୁ ପରିବାର ଲୋକେ ସେଠାକୁ ଦୌଡ଼ି ଆସିଥିଲେ। ମାଟି ତଳେ ଦବି ହୋଇ ରହିଥିବା ତିନି ବାଳକଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ବାଦାମପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ବାଦାମପାହାଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ମୃତ ବାଳକର ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ଦୀର୍ଘଦିନ ହେବ ଏହି ଗରିବ ପାରିବାର ମାଟି ଘରେ ରହୁଥିଲେ। ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ପ୍ରଶାସନ କିମ୍ବା ଜନପ୍ରତିନିଧି ଦୃଷ୍ଟି ଦେଲେନାହିଁ। ଫଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ଯାହା ସରକାରୀ ଦାୟିତ୍ୱହୀନତାକୁ ପଦାରେ ପକାଇଛି। ଏହି ଦାୟିତ୍ୱହୀନତା ନିମନ୍ତେ ଗୋଟିଏ ପରିବାର ଛାରଖାର ହୋଇଯାଇଛି। କୋମଳମତି ଶିଶୁଟି ସମାଜକୁ ଚିହ୍ନିବା ଆଗରୁ ନିଶ୍ୱାସ ତ୍ୟାଗ କରିଛି। ଯେତେବେଳେ କି ଅନ୍ୟ ଦୁଇଜଣ ଡାକ୍ତରଖାନା ରୋଗୀ ଶଯ୍ୟାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ପ୍ରତିମା ଶତପଥି ଙ୍କ କବିତା   ଶଙ୍ଖା  ସିନ୍ଦୁର 

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

Sunil Chandra Nayak

ଓମଫେଡ ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!