ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

ଲୋକଙ୍କ ବିଶ୍ୱାସ ଓ ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ    

ରକ୍ତରଞ୍ଜିତ ହେଲା ରାଜପଥ …

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ସହ ସମ୍ପର୍ଣ୍ଣ ହୋଇଛି କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ “ଛତର ଯାତ୍ରା। ରବିବାର ମହାଷ୍ଟମୀ ମଧ୍ୟ ରାତ୍ରିରେ ମାଣିକେଶ୍ୱରୀ ଙ୍କ ଠାରେ ଅଷ୍ଟବଳି ପରେ ମାଆ ଙ୍କ ବିଜୟ ପ୍ରତୀକ ଛତରକୁ ସେବାୟତ ମାନେ ଜେନା ବାଦ୍ୟର ତାଳେ ତାଳେ ମନ୍ଦିର ଠାରୁ ସାଢ଼େ ତିନି କି ମି ଦୂର ଜେନାଖାଲ କୁ ନେଇଥିଲେ। ଜେନେଖାଲରେ ଗୁପ୍ତ ପୂଜା ଓ ବଳି ପରେ ସୋମବାର ବଡି ଭୋର ୫ଟା ୩୦ମି. ରେ ଦେବୀଙ୍କ ଛତର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଓ ଅପରାହ୍ନ ୨ଟା ରେ ଛତର ମନ୍ଦିରରେ ପହଞ୍ଚିଥିଲେ। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଛତର ଙ୍କୁ ବନ୍ଦାପନା କରି ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଭବାନୀପାଟଣାରେ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଭୋର ୫ଟାରୁ ମା’ଙ୍କ ଛତର ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ବାହାରିଥିଲେ। ଗତ ୨ବର୍ଷ ଧରି କରୋନା କଟକଣା ଯୋଗୁ ବିନା ଭକ୍ତରେ ମା’ଙ୍କ ଛତର ଯାତ୍ରା ପାଳିତ ହୋଇଥିଲା। ଫଳରେ ଭକ୍ତମାନେ ଏଥିରେ ସାମିଲ ହୋଇପାରି ନ ଥିଲେ। ଚଳିତ ବର୍ଷ ପାର୍ବଣରେ କଟକଣା ନ ଥିବାରୁ ଯାତ୍ରାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତଙ୍କ ସମାଗମକୁ ଦେଖି କଳାହାଣ୍ଡି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସ୍ଥାନ ଅଞ୍ଚଳରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଏସ୍‌ପି, ୮ ଡିଏସ୍‌ପି, ୧୮ ଆଇଆଇସି, ୩୨ଏସ୍‌ଆଇ, ୫୦ଏଏସ୍‌ଆଇ ମୁତୟନ କରାଯାଇଛି। ଏହାପରେ ବି ଭକ୍ତଙ୍କ ପ୍ରବଳ ଭିଡକୁ ପୋଲିସ ଆୟତ୍ତ କରିବାରେ ସମସ୍ୟା ଉପୁଜିଛି। ଏପରିକି ଭବାନୀପାଟଣା ସହର ଭାଗୀରଥୀମଲଠାରୁ ପ୍ରାୟ ଅଧ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ସେହିପରି ଛତର ଯାତ୍ରାରେ ୨୨ଟି ସାଂସ୍କୃତିକ ଦଳ ଯୋଗଦେଇ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ପୂର୍ବରୁ ପଶୁବଳିକୁ ନିରୁତ୍ସାହିତ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ ମଧ୍ୟ ଲୋକଙ୍କ ବିଶ୍ୱାସ ଆଗରେ ହାର ମାନିଛି ପ୍ରଶାସନ। ମାନସିକଧାରୀମାନେ ଜେନାଖାଲଠାରୁ ମୁଖ୍ୟ ରାସ୍ତାର ୩ କିଲୋମିଟର ପର୍ଯ୍ୟନ୍ତ ହଜାର ହଜାର ପଶୁ ପକ୍ଷୀଙ୍କୁ ବଳି ଦିଆଯାଇଛି। ଫଳରେ ପଶୁ ପକ୍ଷୀଙ୍କ ରକ୍ତରେ ସହରର ମୁଖ୍ୟ ରାସ୍ତା ରକ୍ତରଞ୍ଜିତ ହୋଇପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦରଗୁଲା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

ଭବାନୀପାଟଣା ସହର ବର୍ଷା ଜାଲରେ ଉବୁଟୁବୁ

Sunil Chandra Nayak

ଫୁଫଗାଁ ଠାରେ ଦ୍ଵି ଦିବସିୟ ଦିବାରାତ୍ର ମା ଦଣ୍ଡପାଟଆଣି ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!