ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ମହାଗୌରୀ

ନବ ରାତ୍ରର ଅଷ୍ଟମ ଦିବସରେ ମା ଦୁର୍ଗାଙ୍କର

ମହାଗୌରୀ ସ୍ୱରୂପ

 ଜୟ ମା ଅମ୍ୱେ 

ହେ ବିଶ୍ୱ ଜନନୀ ପ୍ରକୃତି ରୂପିଣୀ
ତୁହି ମାଲୋ ଶିବ ଶକ୍ତି।
ଚନ୍ଦ୍ର ସୂର୍ଯ୍ୟ ଯାହା ଆଜ୍ଞାରେ ଉଦୟ
ଆଜ୍ଞାରେ ଦିବସ ରାତ୍ରୀ
ଜଗତ ଜନନୀ ଦୁର୍ଗତି ନାଶିନୀ
ବିସ୍ତାରି ତୋ ଭୂଜ ଛାୟା
ବୃଷଭ ବାହାନେ ବିଜେ ଚତୁର୍ଭୁଜା
ମହା ଗୌରୀ ମହାମାୟା
ଗୌର ବର୍ଣ୍ଣ ଶୋଭା ଅପରୂପ ଆଭା
ସୁବର୍ଣ୍ଣ ବେଶ ଭୂଷଣ
ତ୍ରିଶୂଳ, ଡମ୍ବରୁ ଶୋହେ ହସ୍ତେ ମାତା
କୋଟିଏ ସୂର୍ଯ୍ୟକିରଣ
ନବରାତ୍ରେ ନବଦୁର୍ଗା ରୂପେ ମାତା
ଧରାବତରଣ କରି
ଅଭୟ ବରଦା ମୁଦ୍ରାରେ ଆଶିଷ
ସନ୍ତାନେ ଦେଉ ତୁ ଭରି
ସ୍ନେହ, ଶାନ୍ତି, ପ୍ରୀତି ବାର୍ତ୍ତା ବାଣ୍ଟିଦେଉ
ଜଗତ କଲ୍ୟାଣ ପାଇଁ
ତୋହର ପରଶେ ହସିଉଠେ ଧରା
ମାଆଲୋ ମମତା ମୟୀ
ଆଦ୍ୟାଶକ୍ତି, ମାତୃଶକ୍ତି, ମହାଶକ୍ତି
ତ୍ରିଶକ୍ତି ତ୍ରିତାପ ହାରି
ବିନାଶ କାଳରେ ପ୍ରକାଶ ହୋଇମା
ଭୁଜକୁ ଦିଅ ବିସ୍ତାରି
ଧରା ପୃଷ୍ଠେ ଅବତରି 
ଧରା ପୃଷ୍ଠେ ଅବତରି

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

ସାମ୍ବାଦିକ ସୁରକ୍ଷା ଦାବୀ ନେଇ ଜୁନାଗଡ଼ ଠାରେ କଳାହାଣ୍ଡି ସାମ୍ବାଦିକ ସମୂହଙ୍କ ବିଶାଳ ଶୋଭାଯାତ୍ରା

Sunil Chandra Nayak

ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଏକ ଘରୋଇ ସଂସ୍ଥା

Sunil Chandra Nayak

Leave a Comment

error: Content is protected !!