ସନ୍ଦେହ
ବିଶ୍ୱାସର ବିପରିତେ
ସନ୍ଦେହ ଜାଗଇ
ମନେ ସନ୍ଦେହ ଆସିଲେ
ବିଶ୍ୱାସ ତୁଟଇ ॥
ସମ୍ପର୍କ ନାଶଇ ଆତ୍ମୀୟତା
କରେ ହ୍ରାସ
ଘୃଣା କ୍ରୋଧ ହିଂସା ଅଶାନ୍ତିର
ହୁଏ ଦାସ ॥
ସତ୍ୟକୁ ବିପଥେ ନିଏ
ଅଜ୍ଞାନ ସାଥିରେ
ବୁଦ୍ଧି ବିବେକ ମନକୁ
ପକାଏ ଭ୍ରମରେ ॥
ସ୍ଵାମୀ ଭାଯ୍ୟା ପିତା ପୁତ୍ର
କନ୍ୟା ଭଗ୍ନୀ ସହ
ସନ୍ଦେହ ଘେରିଲେ ଥରେ
ତୁଟେ ପ୍ରୀତି ମୋହ ॥
ସନ୍ଦେହ ପ୍ରବେଶେ ମାନବ
ଦାନବ ହୁଅଇ
ସବୁ ପରମ୍ପରା ରୀତି
ନିତିକୁ ଭୁଲଇ ॥
ଅବାଟେ ଚାଲି ମାନବ
ଅକର୍ମେ ମାତଇ
ଶେଷେ ଘୃଣା ଅପବାଦ
କଳଙ୍କ ବୁହଇ ॥
ସାତ୍ତ୍ଵିକ ଚେତନା ୟାକୁ
ଦୁରେଇ ରଖଇ
ପ୍ରଭୁ କୃପା ହେଲେ ନର
ମୁକତି ଲଭଇ॥
ରତିନାରାୟଣ ରାଉତ
ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା