ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଶାମୁକା ସ୍ମତିରେ

ଶାମୁକା ସ୍ମତିରେ

ସମର୍ପି ଦେଇଛି ଶାମୁକା ସ୍ମୃତିରେ

      ଶଙ୍ଖର ସ୍ୱପ୍ନ ଆଜି

ଆରବ୍ୟ ରାତ୍ରୀର ପ୍ରଣୟ ପ୍ରାସାଦେ

      ମୋ ପ୍ରିୟା ଯାଇଛି ହଜି l

ରାକା ରଜନୀର ରାଜହଂସୀ ସିଏ

      ଶତରୂପା ମଧୁମତି

ଓଢଣା ନଟାଣି ଓଠରେ ଫୁଟାଏ

      ମୋନାଲିସା ପ୍ରତିକୃତି ।

ସବୁ ଦୁଃଖକୁ ମୁଁ ହଜେଇ ଦେଇଛି

  ମନ ବିଜ୍ଞାନର ପଥେ

ଦୋସରା ଦିନର ସୁଖ ଆମର

   ଯାଉଁଳି କବାଟେ ଦିଶେ ।

ସରି ଆସେ କଥା ପ୍ରୀତି ହେମଲତା

    ଏଇମିତି ହସୁଥାଉ

ମାଳମାଳ ମଧୁ ମାଳତୀ ବାସ୍ନାରେ

    ମହମହ ବାସୁଆଉ ।

କଳକଳ ତାର କୁଆଁରୀ କଣ୍ଠ

   ଛଳଛଳ ତାର ଛଇ

ଅଧା ଦେଖା ମୋର ସ୍ୱପ୍ନରେ ରହିଛି

   ତା ଚୋରା ଚୁମ୍ବନ ଛାଇ ।

କାଙ୍ଗାଳୀଚରଣ ସେଠୀ

    ଯାଜପୁର

Related posts

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ପକ୍ଷରୁ ବୈଠକ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

କସ୍ତୁରୀବା ବାଳାଶ୍ରମ ରେ ଆଜାଦିକା ଅମୃତ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!