ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିମା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କୋକସରା,୧/୧୧ (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ମହିମା ସରପଞ୍ଚ ଇଶରାମ କୋଳଥିଆ ଙ୍କ ସଭାପତିତ୍ୱରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଜିପିଓ ନାରାୟଣ ଭୋଇ, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଶୁଭେନ୍ଦୁ ପଣ୍ଡା, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, କୃଷିବିଭାଗ ଅଧିକାରୀ ହେମାନନ୍ଦ ମାଝୀ, ରାଜସ୍ୱ ସୁପରଭାଇଜର ଅଜୟ ରାଜ ଶିଖା, ଉଦ୍ୟାନ କୃଷି ଅଧିକାରୀ ବି. ବାସନ୍ତି, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି ଓ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ମହିମା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୭୧୨ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ଜଣାପଡିଛି। ଅଭିଯୋଗ ନେଇ ଆସିଥିବା ଶତାଧିକ ହିତାଧିକାରୀଙ୍କ ଆବାସ ଘର, ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସରକାରୀ ନିୟମ ଅନୁସାରେ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

Related posts

ଥୁଆମୂଳ ରାମପୁର ବ୍ଳକ ସାମ୍ବାଦିକ ସଂଘ ଗଠନ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ଗଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!