ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା    ମୃତ୍ୟୁ 

      ମୃତ୍ୟୁ 

ମୃତ୍ୟୁ ଆସିଗଲେ ଥରି ଯାଏ ଛାତି

ଆସିଛି ନେବାକୁ ମୋତେ

ଜନମ ହୋଇଲେ ମରଣ ନିଶ୍ଚୟ

ଡରୁଛି କାହିଁକି ଏତେ

ପ୍ରଭୁର ଡାକରା ଆସିଛି ମୋ ପାଶେ

ଭେଟ ହେବ ପ୍ରଭୁ ସାଥେ

ମୃତ୍ୟୁ ଆସିଗଲେ…………..୧ 

 

ଶରୀର ନୁହଁଇ କାହାର ନିଜର

କାହିଁକି ନିଜର ଭାବ

ଆତ୍ମା ସାଥେ ଯଦି ଭାବ ରଖିଥିବୁ

ଦୁଃଖ କେବେ ନହୋଇବ

ସେହି ଏକା ପ୍ରଭୁ ଶରୀର ଭିତରେ

ରହିଛି ତୁମରି ସାଥେ

ମୃତ୍ୟୁ ଆସିଗଲେ…………..୨ 

 

ପଞ୍ଚଭୂତ ମିଶି ଗଢିଲେ ଶରୀର

ମାଆର ଗର୍ଭରେ ଆସି

ପ୍ରଭୁ ନିଜେ ଆସି ଘଟରେ ପ୍ରବେଶ

ଦେଖୁଛି ସବୁ ସେ ବସି

ମୋହ ଲାଗିଗଲା ଶରୀରକୁ ମୋର

ଜାବୁଡ଼ି ଧରେମୁଁ କେତେ

ମୃତ୍ୟୁ ଆସିଗଲେ ଥରି ଯାଏ ଛାତି

ଆସିଛି ନେବାକୁ ମୋତେ…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ମନରେଗା ଶ୍ରମିକ ଙ୍କୁ ସମ୍ବର୍ଦ୍ଧିତ କଲେ କୋକସରା ବ୍ଲକ ପ୍ରଶାସନ

Sunil Chandra Nayak

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

Sunil Chandra Nayak

Leave a Comment

error: Content is protected !!