ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା    ମୃତ୍ୟୁ 

      ମୃତ୍ୟୁ 

ମୃତ୍ୟୁ ଆସିଗଲେ ଥରି ଯାଏ ଛାତି

ଆସିଛି ନେବାକୁ ମୋତେ

ଜନମ ହୋଇଲେ ମରଣ ନିଶ୍ଚୟ

ଡରୁଛି କାହିଁକି ଏତେ

ପ୍ରଭୁର ଡାକରା ଆସିଛି ମୋ ପାଶେ

ଭେଟ ହେବ ପ୍ରଭୁ ସାଥେ

ମୃତ୍ୟୁ ଆସିଗଲେ…………..୧ 

 

ଶରୀର ନୁହଁଇ କାହାର ନିଜର

କାହିଁକି ନିଜର ଭାବ

ଆତ୍ମା ସାଥେ ଯଦି ଭାବ ରଖିଥିବୁ

ଦୁଃଖ କେବେ ନହୋଇବ

ସେହି ଏକା ପ୍ରଭୁ ଶରୀର ଭିତରେ

ରହିଛି ତୁମରି ସାଥେ

ମୃତ୍ୟୁ ଆସିଗଲେ…………..୨ 

 

ପଞ୍ଚଭୂତ ମିଶି ଗଢିଲେ ଶରୀର

ମାଆର ଗର୍ଭରେ ଆସି

ପ୍ରଭୁ ନିଜେ ଆସି ଘଟରେ ପ୍ରବେଶ

ଦେଖୁଛି ସବୁ ସେ ବସି

ମୋହ ଲାଗିଗଲା ଶରୀରକୁ ମୋର

ଜାବୁଡ଼ି ଧରେମୁଁ କେତେ

ମୃତ୍ୟୁ ଆସିଗଲେ ଥରି ଯାଏ ଛାତି

ଆସିଛି ନେବାକୁ ମୋତେ…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ସାମ୍ବାଦିକ ଲୋକନାଥ ଦଳେଇ କୁ ନୀଳଗିରି ପୋଲିସ ଆକ୍ରୋଶ ମୁଳକ ଭାବେ ଦମନ କରିବା କୁ ନେଇ ଫୁଲବାଣୀ ସାମ୍ୱାଦିକ ସମୁହ ଙ୍କ ତୀବ୍ର ପ୍ରତିବାଦ ଓ କାର୍ଯ୍ୟାନୁଷ୍ଠାନ ଦାବୀ

Sunil Chandra Nayak

ଧର୍ମଗଡ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ)ରେ ଜାତୀୟ କ୍ରୀଡା ଦିବସ

Sunil Chandra Nayak

ଦ୍ୱତୀୟ ତମ ଖଗପତି ପାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଟ ୨୦୨୨-୨୩ ପଞ୍ଚମ ଦିନରେ

Sunil Chandra Nayak

Leave a Comment

error: Content is protected !!