ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନରେଗା ଶ୍ରମିକ ଙ୍କୁ ସମ୍ବର୍ଦ୍ଧିତ କଲେ କୋକସରା ବ୍ଲକ ପ୍ରଶାସନ

କୋକସରା,୨/୧୧- ( ମ ନି ସ) କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପରିଷଦ କଳାହାଣ୍ଡି ଓ ପଞ୍ଚାୟତ ସମିତି କୋକସରାର ମିଳିତ ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ସଫଳତାର ସହ ୧୦୦ ଦିନ କାର୍ଯ୍ୟ ଦିବସରେ ଯୋଗଦେଇଥିବା ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ଲକ ୨୨ ପଞ୍ଚାୟତ ମଧ୍ୟରୁ ବଡ଼ ପୋଡ଼ାଗୁଡା, ବରାଡଙ୍ଗା, ଡୁଡୁକାଠେଙ୍ଗା, ଗୋତୋମୁଣ୍ଡା, କାଉଡୋଳା, କାଶିବାହଲ ମାଝୀଗୁଡା, ମୋଟେର, ମୂଷାପାଳି, ଫୁଫଗାଁ ଓ ଟେମରା ପଞ୍ଚାୟତର ୪୪ ଜଣ ମନରେଗାରେ ୧୦୦ କାର୍ଯ୍ୟ ଦିବସ ସଫଳତାର ସହ କରିଥିବା ଶ୍ରମିକଙ୍କୁ ବ୍ଲକ ପ୍ରଶାସନିକ ଅଧିକାରୀମାନେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅଵସରରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି, କୀର୍ତ୍ତି ବେହେରା, ସୁକାନ୍ତ ବେହେରା, ସିପି ସୁନିଲ କୁମାର ସାହୁ, ମନରେଗା ଜିଲ୍ଲା କ୍ଷେତ୍ର ଅଧିକାରୀ ବିମ୍ବାଧର ସାହୁ ,ସରପଞ୍ଚ, ସମିତି ସଭ୍ୟ, ପିଇଓ, ଗ୍ରାମ ରୋଜଗାର ସେବକ,ପଞ୍ଚାୟତ ଉପସ୍ଥିତ ରହି ମନରେଗା କାର୍ଯ୍ୟର ସଫଳ ରୂପାୟନ ବିଷୟରେ ଶ୍ରମିକ ମାନଙ୍କୁ ବୁଝାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି।

Related posts

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

Sunil Chandra Nayak

କବିତା – ଜନନୀ ଜନ୍ମ ଭୂମି

Sunil Chandra Nayak

Leave a Comment

error: Content is protected !!