ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଜଗନ୍ନାଥ ଟ୍ରଷ୍ଟି ପକ୍ଷରୁ ଶ୍ରୀମଦ ଭାଗବତ ପ୍ରାୟଣ ଉତ୍ସବ ପାଳିତ

ନୂଆପଡ଼ା,/ ନୂଆପଡା ଜିଲ୍ଲା ଖଡ଼ିଆଳ ୱାର୍ଡ ନମ୍ଵର ୮ ସ୍ଥିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀମଦ ଭାଗବତ ପ୍ରାୟଣ ଉତ୍ସଵ ଆରମ୍ଭ ହୋଇଅଛି। ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଁଳା ନବମୀ ତିଥିରେ ଶ୍ରୀମଦ ଭାଗବତ ପ୍ରାୟଣ ଉତ୍ସବ ଆରମ୍ଭ ହୋଇଅଛି। ଆସନ୍ତା ଆର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମଧ୍ୟାର୍ଣ୍ଣ ୧୦ ଘଣ୍ଟା ରୁ ୨.୩୦ ମିନିଟ ପର୍ଯ୍ୟନ୍ତ ଭାଗବତ ପ୍ରାୟଣ, ସଂନ୍ଧ୍ୟା ରେ ଆଳତି ପରେ ଘଣ୍ଟା ୬.୩୦ ମିନିଟ ଠାରୁ ରାତ୍ର ୧୦ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଭାଗବତ ପ୍ରବଚନ ଅନୁଷ୍ଠିତ ହୋଇଅଛି। ଅପରାହ୍ନ ୩ ଘଣ୍ଟା ରୁ ହାବିଷ୍ୟର୍ଣ୍ଣ ଆରମ୍ଭ ହୋଇଥାଏ। ଶ୍ରୀମଦ ଭାଗବତ ସ୍କନ୍ଧର ୧୦ ମ ସ୍କନ୍ଧ ଗୋପ ଲୀଳା ପଠନ ହେଉଥିବା ବ୍ୟାସ ଶିନୀବାସ ମିଶ୍ର ପ୍ରକାଶ କରିଛନ୍ତି।ଗିରିଧାରୀ ମିଶ୍ର, ଭଜନ ଗାୟକ ବିଜୟ ବଘେଲ ବାଦ୍ୟଯନ୍ତ୍ର ରେ ମୂରଲୀ ପଟେଲ, କିରଣ, ପ୍ରମୁଖ ସହଯୋଗ କରିଥିଲେ। ଜଗନ୍ନାଥ ମନ୍ଦିର ଟ୍ରଷ୍ଟି , ସଭାପତି ମିଳେନ୍ଦ ଖମାରୀ, ରତନ ସୋନି, ରଂଜନ ବେହେରା, ହୃଷିକେଶ ସାହୁ, ମନୋଜ ହୋତା, ଦେବେଶ ହୋତା, ଶନ୍ତାନୁ ପଣ୍ଡା, ଅଶୋକ ବାରିକ,ପ୍ରମୁଖ ସହଯୋଗ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଭାବ ବଣିକ 

Sunil Chandra Nayak

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!