ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା/ ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ୩୨ତମ ବୋଇତ ବନ୍ଦାଣ ଉତ୍ସବ ୨୦୨୨ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଅଭୟ ମହାପାତ୍ର ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ ଅଧ୍ୟକ୍ଷ ସୁନିଲ୍ କୟାଲ, ଉପଦେଷ୍ଟା ରଶ୍ମିତ ସାହାଣୀ, ଦେବନାରାୟଣ ସାମନ୍ତରାୟ, ନିଳାମ୍ବର ପୁହାଣ ଓ କୋଷାଧ୍ୟକ୍ଷ ସନ୍ତୋଷ ସ୍ବାଇଁ ଉପସ୍ଥିତ ରହି ବୋଇତବନ୍ଦାଣ ମହୋତ୍ସବ ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ନଭେମ୍ବର ମାସ ୬ ଓ ୭ ତାରିଖ ଦୁଇଦିନ ଧରି ସେକ୍ଟର ୨ ଦୁର୍ଗାପୂଜା ପଡିଆ ଠାରେ ଏହି ମହୋତ୍ସବ ପାଳନ କରାଯିବାକୁ ସ୍ଥିର ହୋଇଥିଲା । ନଭେମ୍ବର ୬ ତାରିଖ ଦିନ ହ୍ୟୁମାନ୍ ସାଗରଙ୍କ ଟିମ୍ସାଗର ସଂଗମ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିରେ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ୭ ତାରିଖ ଦିନ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ସାଇ ସଂଗମ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ କାର୍ଯ୍ୟକ୍ରମ ରହିଛି । ସେହିପରି ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ୩୦୦ଜଣ ସାଧବବୋହୁ ଗୋଟିଏ ରଂଗ ଓ ଡିଜାଇନର ଶାଢୀ ପରିଧାନ କରି ପାରମ୍ପାରିକ ବାଦ୍ୟ ସହ ପ୍ରତୀକାତ୍ମକ ଭାବେ ଡଙ୍ଗାକୁ କୋଏଲ ନଦୀ କୂଳରେ ଭସାଇବା କାର୍ଯ୍ୟକ୍ରମ ରହିଛି । ବୈଠକରେ ଦିବଙ୍ଗତ ସଦସ୍ୟା ମୀନାକ୍ଷୀ ଧର ଓ ସୁଶାନ୍ତ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା । ଉପସଭାପତି ଆଦିତ୍ଯ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସର୍ବଶ୍ରୀ ଶକ୍ତେଶ୍ବର ପାତ୍ର,ପୂର୍ଣ୍ଣଚନ୍ଦ୍ର ସାହୁ, ସଂଜୟ ପ୍ରଧାନ, ପ୍ରଶାନ୍ତ କୁମାର ବିହାରୀ, ସଂଜୟ କୁମାର ବାରିକ, ସଂଜୟ ମହାପାତ୍ର,ଗଣେଶ ରାଉତ,ମୀନକେତନ ଦେହୁରୀ,ଗୋପାଳ ଦାସ, ଚନ୍ଦନ ମହାନ୍ତି, ପତିତପାବନ ପାଇକରାୟ, ଜ୍ୟୋତିର୍ମୟ କବି, ଯଶୋବନ୍ତ ବେହେରା, ଗିରିଜା ଶଙ୍କର ସାହୁ, ସତ୍ୟ ନାରାୟଣ ସାହୁ ଓ ଆକାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଳ ଜୀବନ ମିଶନର ତାଲିମ ଶିବିର

Sunil Chandra Nayak

ନିଆଁ ରେ ପୋଡ଼ି ବୃଦ୍ଧା ମୃତ 

Sunil Chandra Nayak

ବାଲ୍ଯବିବାହ ନିରୋଧ ଆଇନ ଓ ଶିଶୁ ସୁରକ୍ଷା ବ୍ଯବସ୍ଥା ବାବଦରେ ଅଙ୍ଗନବାଡି କର୍ମୀଙ୍କ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!