ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ସ୍ୱୟଂ ସହାୟକଙ୍କୁ ଚାଉଳ ବଣ୍ଟନରୁ ବାଦ ଦେବାକୁ ନେଇ ବ୍ଲକ ଘେରାଉ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଦାବି ସମର୍ଥନ ଜଣାଇଲେ ସରପଞ୍ଚ ସଙ୍ଘ

ପାପଡାହାଣ୍ଡି, 2/11, ମନିସ —- ଖାଦ୍ୟ ସୁରକ୍ଷା ଯୋଜନାରେ ବଣ୍ଟନ କରାଯାଉଥିବା ଚାଉଳକୁ ପଂଚାୟତ ହାତେଇଥିଲା | ସରପଞ୍ଚ ଓ ପଂଚାୟତବାସିଙ୍କୁ ନ ଜଣାଯାଇ ମହିଳା ସ୍ୱୟଂ ସହାୟକ ଦଳ ଦ୍ୱାରା ବଣ୍ଟନ କରାଗଲା ଚାଉଳ | ପଂଚାୟତକୁ ଚାଉଳ ବଣ୍ଟନ ଦାୟିତ୍ୱ ଦେବାକୁ ବାରମ୍ବାର ଜଣାଇଲେ | କିଛି ନ ହେବାରୁ ଶେଷରେ ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ପଂଚାୟତବାସି ବ୍ଲକ କାର୍ଯ୍ୟାଳୟ ଘେରି ବିଡ଼ିଓଙ୍କୁ ଦେଲେ ଦାବି ପତ୍ର | ଲୋକଙ୍କ ଦାବିକୁ ସମର୍ଥନ ଜଣାଇଲେ ସରପଞ୍ଚ ସଙ୍ଘ |

     ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତରେ ଚାଲିଥିବା ଚାଉଳବଣ୍ଟନ ସମସ୍ୟା କୁ ନେଇ ବୁଧବାର ପାପଡାହାଣ୍ଡି ବିଡ଼ିଓ ରଞ୍ଜିତା ମଲ୍ଲିକଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯାଇଛି । ତୁମ୍ବର୍ଲା ସରପଞ୍ଚ ମୁରଲୀଧର ନାୟକ ଙ୍କ ନେତୃତ୍ୱରେ ପଂଚାୟତର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଶିବ ମନ୍ଦିର ଠାରୁ ବାହାରି ବିଭିନ୍ନ ନାରା ଦେଇ ବ୍ଲକ କାର୍ଯ୍ୟାଳୟ କୁ ଯାଇଥିଲେ । ବିଡ଼ିଓଙ୍କୁ ଦାବିପତ୍ର ଦେବା ପରେ ପଞ୍ଚାୟତ ବାସୀଙ୍କ ସହ ଆଲୋଚନା କରିଥିଲେ ।ଏହି ରାଲିରେ ମଜଦୂର ସଂଘ ସଭାପତି ପରମେଶ୍ୱର ବିଶୋଇ ଉପସ୍ଥିତ ଥାଇ ପଞ୍ଚାୟତ ବାସୀଙ୍କ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଥିଲେ ।ସରପଞ୍ଚ ତଥା ପଞ୍ଚାୟତ ବାସୀଙ୍କ ଦାବି ଥିଲା ଯେ ତାଙ୍କ ପଞ୍ଚାୟତରେ ଯେଉଁ ମହିଳା ସଂୟ ସହାୟକ ଗୋଷ୍ଠିଙ୍କୁ ପଞ୍ଚାୟତ ଚାଉଳ ବଣ୍ଟନ କରିବାକୁ ସରକାର ଦେଇଛନ୍ତି ତାହାକୁ ବିରୋଧ କରି ଏହି ରାଲି କରାଯାଇଛି । ଚାଉଳ ପାଉଥିବା ହିତାଧିକାରୀ ମାନେ ଏହି ମହିଳା ଗୋଷ୍ଠିଙ୍କୁ ବିରୋଧ କରି ସେମାନଙ୍କ ହାତରୁ ଆମେ ଚାଉଳ ନେବୁ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ ।ତା ପୁଣି ସ୍ଥାନୀୟ ସରପଞ୍ଚଙ୍କ ଅଜାଣତରେ ଏପରି କାର୍ଯ୍ୟ ପ୍ରଶାସନ ଅନୁମତି କିପରି ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ତୁମ୍ବର୍ଲା ସରପଞ୍ଚ ।ଆଗରୁ ବି ପ୍ରଶାସନ ପାଖରେ ତଥା ଜିଲ୍ଲାପାଳ ,ଉପଜିଲ୍ଲାପାଳ ପୁଣି ଉଚ୍ଚସ୍ଥ ଅଧିକାରୀ ମାନଙ୍କୁ ମଧ୍ୟ ଏବିଷୟରେ ଅବଗତ କରାଯାଇଛି ।କିନ୍ତୁ ପ୍ରଶାସନ ନିରବ ରହିଥିବା ଅଭିଯୋଗ କରିଛନ୍ତି ଉକ୍ତ ପଞ୍ଚାୟତ ବାସୀ ।ଯଦି ସାତ ଦିନ ଭିତରେ ମହିଳା ସଂୟ ସହାୟକ ଗୋଷ୍ଠିଙ୍କୁ ବାଦ ଦେଇ ପଞ୍ଚାୟତ ଙ୍କୁ ଚାଉଳ ବଣ୍ଟନ କରିବାକୁ ଅନୁମତି ଦିଆ ନ ଯାଏ ତେବେ ପଂଚାୟତ ବାସୀ ରାଜ ରାସ୍ତାକୁ ଓଲ୍ହାଇବା କୁ ଚେତାବନୀ ଦେଇଛନ୍ତି ।ଏହି ବିଶାଳ ରାଲିରେ ତୁମ୍ବର୍ଲା ର ସମସ୍ତ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିବା ବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ ।ଏହି ଦାବି ପତ୍ରକୁ ଜିଲ୍ଲାପାଳଙ୍କୁ ଦେବା ସହ ନିଜେ ଯାଇ ଏହି ସମସ୍ୟାର ସମଧାନ କରିବି ବୋଲି ବିଡ଼ିଓ ରଞ୍ଜିତା ମଲ୍ଲିକ କହିଥିଲେ ।ଦାବି ପତ୍ର ପ୍ରଦାନ ବେଳେ ପାତ୍ରୀ ସରପଞ୍ଚ ଭଗବତୀ ଭତରା, ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ର ଶେଖର ମାଝୀ, ମଇଦଳପୁର ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝୀ, ସେମଳା ସରପଞ୍ଚ ଟଙ୍କ ମାଝୀ ପ୍ରମୁଖ ଉପସ୍ଥିତ ରହି ଦାବିକୁ ସମର୍ଥନ ଜଣାଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିଦ୍ୟାଧର ଚମ୍ପୂ  ଇ 

ଏବେ ସିଏନଜିର ପାଲି…

ଦୁଇ ଦିବସୀୟ ଵାମନଘାଟୀ ଫୁଟବଲ ଚମ୍ପିୟାନ ୨୦୨୨/୨୩ ରାଇରଙ୍ଗପୁର ଷ୍ଟାଡିୟମରେ ଶୁଭ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!