ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଥମିକ କୃଷି ସମବାୟ ସମିତି, ରୁପ୍ରାର ୬୪ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ରୁପ୍ରା, (ମ.ନି.ଷ) : ପ୍ରାଥମିକ କୃଷି ସମବାୟ ସମିତି, ରୁପ୍ରା ପରିସରରେ ଆଜି ୬୪ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ପ୍ରଥମେ ଉକ୍ତ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ମହାନନ୍ଦ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ହରେକୃଷ୍ଣ ବେହେରାଙ୍କ ପ୍ରସ୍ତାବ ଓ ଚନ୍ଦ୍ରମଣି ଗୌଡଙ୍କ ସମର୍ଥନ କ୍ରମେ ବରିଷ୍ଠ ଚାଷୀ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସେନାପତିଙ୍କୁ ଉକ୍ତ ସଭାର ସଭାପତି ଭାବରେ ମନୋନୀତ କରାଯାଇଥିଲା । ସଭାର ସଭାପତି ଶ୍ରୀଯୁକ୍ତ ସେନାପତିଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ମହାନନ୍ଦ ସମିତିର ବାର୍ଷିକ ବିବରଣୀ ପାଠ କରିଥିଲେ । ମହାମାରୀ କୋଭିଡ୍ ପ୍ରଭାବ ଥିବାରୁ ଦୁଇବର୍ଷ ହେଲା ବାର୍ଷିକ ସଭା ଅନୁଷ୍ଠିତ ହୋଇନଥିବା ସମ୍ପାଦକ ଶ୍ରୀ ମହାନନ୍ଦ ସୂଚନା ପ୍ରଦାନ କରିଥିଲେ ।

ଉକ୍ତ ସଭାରେ ମୂଖ୍ୟତଃ ଖିଲାପି ଋଣ ଅସୁଲି ସମ୍ପର୍କରେ ପ୍ରଚାର ପ୍ରସାର ସହ ଚାଷୀ ମାନଙ୍କୁ ଋଣ ପରିଶୋଧ କରିବାକୁ ଅନୁରୋଧ କରାଯିବା, ଧାନ ମଣ୍ଡିର ସୁବ୍ୟବସ୍ଥା ପରିଚାଳନା ଓ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ସମିତିର ୨୬ ଡେସିମିଲ୍ ପ୍ଲଟ୍ ରେ ତାରବାଡ ଦେବାପାଇଁ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ସମିତି ଅଧିନ ରୁପ୍ରା, ମୁସ୍କୁଟି ଓ କର୍ମେଗାଁର ପ୍ରାୟ ୮୦ ଜଣ ଚାଷୀଙ୍କ ସମେତ ସମିତିର ପୂର୍ବ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମିତିର ଡିଇଓ ଭବାନୀ ଶଙ୍କର ସେନାପତି, କର୍ମଚାରୀ ଅକ୍ଷୟ ନାଏକ, ଭରତ ଚନ୍ଦ୍ର ନାଏକ ଓ ଯୋଶେଫ୍ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

ରୂପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କୋକସରା ରେ ବାଇକ ଚୋରି ବୃଦ୍ଧି, ସି.ସି ଟିଭି ରେ କଏଦ ହେଲା ଚୋରି ସମୟ ର ଦୃଶ୍ୟ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତ : ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ସଚେତନତା ରାଲି ଓ ସଭା

Sunil Chandra Nayak

Leave a Comment

error: Content is protected !!