ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦଯାପିତ ହେଲା ଖଣ୍ଡୁଆଳ ମାଳି ପର୍ବ ୨୦୨୨

ଖଣ୍ଡୁଆଳ ମାଳି ଓ ଆଦିବାସୀଙ୍କ ସୁରକ୍ଷା ପାଇଁ ନେଲେ ବଜ୍ରଶପଥ।

    ଭବାନୀ ପାଟଣା -: ସୁନ୍ଦର ସବୁଜିମା ଘଞ୍ଚ ବନାନୀ କୁଲୁ କୁଲୁ ନାଦିନୀ ଝରଣା ପରିବେଷ୍ଟିତ ଖଣିଜ ସମ୍ପଦ ରେ ଭରପୁର କଳାହାଣ୍ଡି ଜିଲ୍ଲା ।ଏହାର ଭୁ ସ୍ଵର୍ଗ କଳାହାଣ୍ଡି ର କାଶ୍ମୀର ବୋଲାଉଥିବା ଥୁଆମୂଳ ରାମପୁର ର ଅପରୂପ ସୌନ୍ଦର୍ଯ୍ୟ ବିମୁଗ୍ଧ କରିଥାଏ ପର୍ଯ୍ୟଟକ ଙ୍କୁ ଏଠାକାର ବନବାସୀ, ଆଦିବାସୀ, ସମସ୍ତେ ପ୍ରକୃତି ଉପରେ ଭରସା କରି ନିଜର ଜିବିକା ନିର୍ବାହ କରନ୍ତି। କିନ୍ତୁ ବର୍ତ୍ତମାନ କଳାହାଣ୍ଡି ର ଏହି ଗର୍ବ ଗୌରବ ପ୍ରତି ଦୃଷ୍ଟି ପଡିଛି ବହୁ ରାଷ୍ଟ୍ରୀୟ କମ୍ପାନୀ ର, ତେଣୁ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଅଧିବାସୀ ଓ ଓଡିଶା ର ଜଣାଶୁଣା ପରିବେଶବିତ। କର୍ଲାପାଟ ଜଙ୍ଗଲ ଖଣ୍ଡୁଆଳ ମାଳିର ବକ୍ସାଇଟ ଖଣି ନିଲାମ ପ୍ରତ୍ୟାହାର ଦାବି ନେଇ ଖଣ୍ଡୁଆଳ ମାଳି ସୁରକ୍ଷା ସ୍ଥାୟୀ କମିଟି ତରଫରୁ ଗତ ୨୦ ତାରିଖରୁ କମିଟିର ସଂପାଦକ ବ୍ରିଟିଶ ନାୟକଙ୍କ ନେତୃତ୍ୱରେ ପୋଲିଂ ପଦରରୁ ବାହାରି ୨୮ ତାରିଖରେ ପଦଯାତ୍ରୀ ଦଳ କର୍ଲାପାଟ ପାହାଡ ଉପରେ ଥିବା ଖଣ୍ଡୁଆଳ ମାଳି ବୁଢ଼ାରଜା ଦେବତା ନିକଟରେ ପହଞ୍ଚିଥିଲେ ।ରାତିରେ ଖଣ୍ଡୁଆଳ ମାଳି ପୂଜା ପର୍ବ ପାଳନ ହେଲା।ଏଥିରେ ନିୟମ ଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କ ନେତୃତ୍ୱରେ ସ୍ଥାନୀୟ ଅଧିବାସୀ ,କୋରାପୁଟ ମାଲିପର୍ବତ ସୁରକ୍ଷା ସମିତିର ଆନ୍ଦୋଳନ କାରୀ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର କର୍ମୀଙ୍କ ସମେତ କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଗ୍ରାମର ବନବାସୀ, ଆଦିବାସି, ଦଳିତ ମାନେ ଯୋଗ ଦେଇଥିଲେ।ଏହି ସମାବେଶ ପର୍ବ ରେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା,କୃଷକ ନେତା ଲିଙ୍ଗରାଜ, ନିୟମଗିରି ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦ ଯୋଗଦେଇ ଉଦବୋଧନ ଦେଇ ଆଦିବାସୀ ସମେତ ରାଜ୍ୟବାସୀଙ୍କ ସ୍ବାର୍ଥ ରେ ଭବିଷ୍ୟତ ପିଢ଼ି ପାଇଁ କର୍ଲାପାଟର ସୁରକ୍ଷା ଓ ସଂରକ୍ଷଣ ଏକାନ୍ତ ଜରୁରୀ। ବିନା ଗ୍ରାମ ସଭା ଅନୁମତିରେ ନିଲାମ ହୋଇଥିବା ଖଣି ଲିଜ ପ୍ରତ୍ୟାହାର କରାଯାଇ କର୍ଲାପାଟରେ ଖଣି ଖନନ ନିଷେଧ କରିବାକୁ ଶ୍ରୀ ସାମନ୍ତରା ଆହ୍ବାନ କରି ଜନ ଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ କହିଥିଲେ। ସମିତିର ସଭାପତି କାର୍ତ୍ତିକ ମାଝି ଓ ସଂପାଦକ ବ୍ରିଟିଶ ନାୟକଙ୍କ ପ୍ରସ୍ତାବ ଅନୁଯାୟୀ ଆସନ୍ତା ବିଶ୍ଵ ପରିବେଶ ଦିବସ ଜୁନ ୫ ତାରିଖ ରେ ଖଣ୍ଡୁଆଲମାଲି ଜଙ୍ଗଲରେ ଖଣି ଖନନ ନିଷେଧ ଦାବିରେ ବିରାଟ ସମାବେଶ ହେବ ବୋଲି ନିଷ୍ପତି ହୋଇଛି।ଏଥିରେ ଦେଶର ବରିଷ୍ଠ ଆନ୍ଦୋଳନକାରୀ ନେତୃମଣ୍ଡଳୀ ଯୋଗଦେବାକୁ ନିମନ୍ତ୍ରଣ କରାଯିବ। ଏ ଉତ୍ସବ ଅବସରରେ ଆଦିବାସୀ ଯୁବକ ଯୁବତୀ ମାନେ ନାଚ ଗୀତରେ ପର୍ବ ପାଳନ କରିଥିଲେସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ।

Related posts

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ 

କୋକସରା ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ ବିଲ୍ଵବରଣ

Sunil Chandra Nayak

କବିତା

Sunil Chandra Nayak

Leave a Comment

error: Content is protected !!