Uncategorizedଅବିନାଶ ମହାପାତ୍ର ଙ୍କ କବିତା ମାଆ ଗୋ ଦୁର୍ଗେ by Sunil Chandra NayakOctober 2, 2022098 Share1 ମାଆ ଗୋ ଦୁର୍ଗେ ଅବିନାଶ ମହାପାତ୍ର ମହକି ବାସୁଛି ବସୁନ୍ଧରା ଆଜି ଶରତର ଆଗମନେ ବିରାଜିବେ ମାଆ ମର୍ତ୍ତ୍ୟ ମଣ୍ଡଳରେ ସାଜ ସଜା ସବୁ ସ୍ଥାନେ l ଆଗମନୀ ବେଳ ପାଖେଇ ଆସିଲା ମାଆ ତୁମ ପୂଜା ପାଇଁ ଗାଁ ରୁ ସହର ସବୁ ସ୍ଥାନେ ମାଗୋ ପାର୍ବଣର ଖୁସି ନେଇ l ପ୍ରସ୍ତୁତି ପରବ ସରିଲାଣି ଏବେ ବାଜିଲାଣି ଘଣ୍ଟ ତୂରୀ ସିଂହବାହିନୀ ମା ଅଭୟ ଦାୟିନୀ ଆସ ମା’ଗୋ ଅବତରି l ପୀଠେ ପ୍ରକମ୍ପିତ ମନ୍ତ୍ରଧ୍ୱନୀ ଶବ୍ବ ଆଳତି ଆହୁତି ସଙ୍ଗେ କୃପାକର ମା’ଗୋ ଧାରାକୁ ଓହ୍ଲାଇ ଖର୍ପର ତ୍ରିଶୂଳ ସଙ୍ଗେ l ଶକ୍ତି ସ୍ୱରୂପିଣୀ ଶୈଳସୁତା ମା’ଗୋ କରୁଣା ବାରିଧି ଢାଳି କରପତ୍ର ଯୋଡି କରୁଛି ମିନତି ଭରିଦିଅ ଅର୍ଘ୍ୟ ଥାଳି l ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ