ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ମାଆ ଗୋ ଦୁର୍ଗେ 

 

  ମାଆ ଗୋ ଦୁର୍ଗେ 

     

       ଅବିନାଶ ମହାପାତ୍ର 

     ମହକି ବାସୁଛି ବସୁନ୍ଧରା ଆଜି
          ଶରତର ଆଗମନେ
     ବିରାଜିବେ ମାଆ ମର୍ତ୍ତ୍ୟ ମଣ୍ଡଳରେ
          ସାଜ ସଜା ସବୁ ସ୍ଥାନେ l
     ଆଗମନୀ ବେଳ ପାଖେଇ ଆସିଲା
          ମାଆ ତୁମ ପୂଜା ପାଇଁ 
     ଗାଁ ରୁ ସହର ସବୁ ସ୍ଥାନେ ମାଗୋ
         ପାର୍ବଣର ଖୁସି ନେଇ l
     ପ୍ରସ୍ତୁତି ପରବ ସରିଲାଣି ଏବେ
          ବାଜିଲାଣି ଘଣ୍ଟ ତୂରୀ
    ସିଂହବାହିନୀ ମା ଅଭୟ ଦାୟିନୀ
         ଆସ ମା’ଗୋ ଅବତରି l
   ପୀଠେ ପ୍ରକମ୍ପିତ ମନ୍ତ୍ରଧ୍ୱନୀ ଶବ୍ବ
         ଆଳତି ଆହୁତି ସଙ୍ଗେ
   କୃପାକର ମା’ଗୋ ଧାରାକୁ ଓହ୍ଲାଇ
        ଖର୍ପର ତ୍ରିଶୂଳ ସଙ୍ଗେ l
    ଶକ୍ତି ସ୍ୱରୂପିଣୀ ଶୈଳସୁତା ମା’ଗୋ
          କରୁଣା ବାରିଧି ଢାଳି
    କରପତ୍ର ଯୋଡି କରୁଛି ମିନତି
         ଭରିଦିଅ ଅର୍ଘ୍ୟ ଥାଳି l

     ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ 

         
    

Related posts

ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

କୁନା ସେଠୀ ଙ୍କ କବିତା ହେ ସମୟ…..

Sunil Chandra Nayak

ବାଲେଶ୍ଵର ଜିଲ୍ଲା ଡମ୍ପର ମାଲିକ ମହାସଂଘର ପ୍ରଥମ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!