ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆର ପାରି ରେ ବରିଷ୍ଠ ସମାଜସେବୀ ମଧୁସୂଦନ ନାୟକ

ନବରଙ୍ଗପୁର ୩/୧୦/( ମ ନି ସ) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଡକୁମୁଲି ସଦର ମହକୁମା ଗ୍ରାମ ପଞ୍ଚାୟତ ର ବରିଷ୍ଟ ନାଗରିକ ମଧୁସୂଦନ ନାୟକ ୧୯୪୧ରେ ବଡକୁମଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିତା ଭଗତ ନାୟକ ଯେମିତି ଗ୍ରାମର ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ ।ପିଲାଟି ଦିନରୁ ବାପାଙ୍କ କଥାରେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। କୌଣସି ଲୋକଙ୍କ ଅସୁବିଧା ରେ ସେ ଲୋକମାନଙ୍କ ପାଇଁ ଆଗରେ ଠିଆ ହେଉଥିଲେ। କୌଣସି ଲୋକ ଯେମିତି ଗ୍ରାମରେ ଭୋକିଲା ରହିବେ ନାହି। ଲୋକମାନଙ୍କୁ ସେ ଡାକି ଉଧାର ବାବଦରେ ଧାନ ଦେଇ ଗ୍ରାମର ଲୋକମାନଙ୍କ ଭୋକର ଅଭାବ ହେବାକୁ ଦେଉ ନ ଥିଲେ। ଯୁବକ ମାନଙ୍କୁ ବାପା ମା ମାନଙ୍କୁ ଦେବତା ଭଳି ସମ୍ମାନ କରିବାକୁ ପରାମର୍ଶ ଦେଉଥିଲେ।କୁନି କୁନି ପୁଅ ଝିଅ ମାନଙ୍କ ସହିତ ମିଶି ନିଜ ନାତି ନାତୁଣୀ ଭଳି ଗ୍ରାମର ସମସ୍ତ ଶିଶୁ ଙ୍କୁ ବ୍ୟବହାର କରୁଥିଲେ। ସେ ବାପାଙ୍କ ଠାରୁ ଯେଭଳି ଶିକ୍ଷା ଗ୍ରହଣ କରିଥିଲେ ତାଙ୍କ ବଡ଼ ପୁଅ ସ୍ବର୍ଗତ ରାମ ଚନ୍ଦ୍ର ନାୟକ ପେଷାରେ ଜଣେ ପୋଲିସ ଅଧିକାରୀ ଥିଲେ । ସେ ମଧ୍ୟ ଗ୍ରାମବାସୀଙ୍କୁ ବାପାଙ୍କ ଭଳି ବ୍ୟବହାର କରୁଥିଲେ। ଆଜି ଗ୍ରାମରେ କାନ୍ଦ ବୋବାଳି ରେ ସଂପୂର୍ଣ୍ଣ ଗ୍ରାମ ଜନ ସମୁଦ୍ର ପାଲଟି ଥିଲା। ପଡୋଶୀ ଗ୍ରାମ ସହିତ ଆଖ ପାଖ ଗ୍ରାମ ର ଶତାଧିକ ଭଦ୍ର ବ୍ୟକ୍ତି ଉପସ୍ଥିତି ଥାଇ ବରିଷ୍ଠ ନାଗରିକ ଙ୍କୁ ସ୍ମରଣ କରି ପୁଷ୍ପ ମାଲ୍ୟ ଅପର୍ଣ କରିଥିଲେ। ମୃତ୍ୟୁ ବେଳେ ତାଙ୍କ ୩ପୁଅ ଏକମାତ୍ର ଝିଅ ଉପସ୍ଥିତ ଥିଲେ ।ଗ୍ରାମ ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ଶେଷରେ ବଦକୁମଲି ସରପଞ୍ଚ, ସମିତି ସଭ୍ୟ ତାରାଗାଁ ସରପଞ୍ଚ, ସମିତି ସଭ୍ୟ ସମେତ ଅନ୍ୟାନ୍ୟ ଲୋକ ପ୍ରତିନିଧି ଉପସ୍ଥିତ ହୋଇ ଗଭୀର ସମବେଦନା ଜଣାଇଥିଲେ।ଏଭଳି ଲୋକ ମିଳିବା ସାତ ସପନ ବୋଲି ସବୁଆଡେ ଚର୍ଚ୍ଚା ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

କନକ ନିଆଲ ମୃତ୍ୟୁ ମାମଲା,ଜଣେ କୋର୍ଟ ଚାଲାଣ ,ଜାମିନ ନାମଞ୍ଜୁର 

Sunil Chandra Nayak

କବିତା ସାହୁ  ଙ୍କ କବିତା – କବିତା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!