ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର- ସେବା, ସୁଶାସନ ଓ ଗରିବ କଲ୍ଯାଣ ଜନ ସମ୍ପର୍କ ଯାତ୍ରା

 ଆନନ୍ଦପୁର -:  ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନ ର ସେବା, ସୁଶାସନ ଓ ଗରିବ କଲ୍ଯାଣ ଜନ ସମ୍ପର୍କ ଯାତ୍ରା ମେ ୩୧ ତାରିଖ ଠାରୁ ଜୁନ ୧୫ ଦୀର୍ଘ ୧୫ ଦିନ କାଯ୍ୟକ୍ରମ ଅବସରରେ ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତର ବାରୁଆଁ ଗ୍ରାମ ଠାରେ ବିଜେପି ତରଫରୁ ଅନୁସୂଚିତ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ୮ ବର୍ଷ ଶାସନ କାଳରେ ଆଦିବାସୀ ମାନଙ୍କ ର ଅର୍ଥନୈତିକ ଭିତ୍ତିଭୂମିର ବିକାଶ ସହିତ ଶିକ୍ଷା, ସ୍ଵାସ୍ଥ୍ୟ, ସାମାଜିକ କ୍ଷେତ୍ରରେ ବ୍ୟାପକ ବିକାଶ କରାଯାଇଥିବା ତାକଂ ଭାଷଣରେ କହିଥିଲେ। ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ ତାଙ୍କ ଭାଷଣରେ ମୋଦୀ ଜୀ କଂ ଶାସନ କାଳରେ ଅନୁସୂଚୀତ ଜାତି ର ଲୋକମାନଙ୍କ ର ଅଭୂତପୂର୍ବ ବିକାଶ ହେଇଥିବା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ରାମଚନ୍ଦ୍ର ସାହୁ, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ନିରାକାର ଦଳେଇ, ଶାଳବଣି ମଣ୍ଡଳ ସଭାପତି ଶ୍ରୀ ଟୁକୁନା ମହାନ୍ତ, ପ୍ରଶାନ୍ତ କୁମାର ମହାପାତ୍ର, ସୁକାନ୍ତ ଯେନା, ପ୍ରହଲ୍ଲାଦ ନାୟକ, କାଳନ୍ଦି ଚରଣ ସାହୁ, ମଣି ପ୍ରଧାନ, ସନ୍ୟାସୀ ପାତ୍ର, ବିଶ୍ଵନାଥ ନାୟକ, ପ୍ରାଣବନ୍ଧୁ ସାହୁ ପ୍ରମୁଖ ନେତୃବୃନ୍ଦ କଂ ସମେତ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ପଣ୍ଡୁଆ ଠାରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ଖଡ଼ିଆଳ ଏଏସଆଇ ରେବତୀ ଦୂର୍ଗା ପାଇଲେ ଡିଜିପି ସମ୍ମାନ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ – ୧ନମ୍ବର ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

Sunil Chandra Nayak

Leave a Comment

error: Content is protected !!