ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନାର୍ଦ୍ଦନ ପଲେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ଵର,୨୬/୬/୨୨- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ଯୋଗାଣ ବିଭାଗର ଜଳେଶ୍ଵର ଦାୟିତ୍ଵରେ ଥିବା ଏଣ୍ଟି ସ୍ମଗ୍ଲିଂ ଗାର୍ଡ ଜନାର୍ଦ୍ଦନ ପଲେଇଙ୍କ ଜଳେଶ୍ଵର ଘର ସହିତ ବାଲେଶ୍ଵର ଓ ଗଞ୍ଜାମ ଜିଲ୍ଲାରେ ଏକକାଳୀନ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି । ଆଡିସନାଲ ଏସପି ମହେଶ୍ବର ସେଠୀଙ୍କ ନେତୃତ୍ବରେ ୫ ଜଣ ଡିଏସପିଙ୍କ ସହ ୩୫ ଜଣିଆ ଟିମ୍ ଏକକାଳୀନ ୫ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ତେବେ ଏବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ବିଭାଗ ଗଣମାଧ୍ୟମକୁ ପ୍ରଦାନ କରିନାହାନ୍ତି । ତେବେ ଜଳେଶ୍ଵରରେ ଲଗାତର ଭିଜିଲାନ୍ସ ବିଭାଗର ଚଢ଼ାଉ ଫଳରେ ବେଆଇନ ସମ୍ପତି ଠୁଳ କରିଥିବା କଳାବଜାରୀ ମାନଙ୍କ ଭିତରେ କୋକୁଆ ଭୟ ସ୍ରୁଷ୍ଟି ହୋଇଛି । ଜଳେଶ୍ଵର ଯୋଗାଣ ବିଭାଗରେ ଏବେ ବି ବହୁ କଳାବଜାରୀ ଦିଲ୍ଲୀ, କଲିକତା ଓ ଭୁବନେଶ୍ଵରରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ସେମାନଙ୍କ ନିକଟରେ ଭିଜିଲାନ୍ସ ପହଞ୍ଚାଇବାକୁ ସାଧାରଣରେ ଦାବି ହୋଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ଜଳେଶ୍ଵର ନୂଆଁ ବଜାରରେ 1800 sq ଦୁଇ ମହଲା ଘର, ଚାଳିଶରୁ ଅଧିକ ଏଲ ଆଇ ସି ବଣ୍ଡ, ପାଞ୍ଚଟି ପୋଷ୍ଟାଲ ବଣ୍ଡ, ବିଭିନ୍ନ ବ୍ୟାଙ୍କରେ ପଚିଶରୁ ଅଧିକ ଜମା ଖାତା, ଛଅଟି ଜମି ଦଲିଲ, ପାଞ୍ଚଟି ଜମି ପଟା ଭିଜିଲାନ୍ସ ଜବତ କରି ଥିବା ବେଳେ ନଗଦ ଟଙ୍କା ଓ ସୁନା ଗହଣାର ହିସାବ ଚାଲିଛି । ତେବେ ଦନାର୍ଦନଙ୍କ ସହିତ ବେଆଇନ ରୋଜଗାରରେ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ପ୍ରକ୍ତ ଥିବା ସୂଚନା ମିଳୁଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଶିକ୍ଷକ ଙ୍କ ବିୟୋଗରେ ଶୋକ

Sunil Chandra Nayak

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ ତାରିଖରେରେ ଲଘୁଚାପ,ସମ୍ଭାବ୍ୟ ବାତ୍ୟା ସୂଚନା

Sunil Chandra Nayak

Leave a Comment

error: Content is protected !!