ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଗଣା ଯୋଜନା ବନ୍ଦ ହୋଇପାରେ ? ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ

ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି

ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ । ମାଗଣା ଯୋଜନା ଏବଂ ସବସିଡି ଛାଡ ପାଇଁ ଆର୍ଥିକ ବୋଝ ବଢୁଥିବା ଯୋଗୁଁ ମାଗଣା ଯୋଜନା ବନ୍ଦ କରିବା ପାଇଁ ସୂଚନା ରହିଛି । କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି ।କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, ବଡ଼ଧରଣର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି । ଏସବୁ କରାଗଲେ, ସରକାରଙ୍କ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ସତର୍କ କରାଇ ଦେଇଛି । ନିକଟରେ ସରକାର ମାଗଣା ରାସନ ପ୍ରଦାନର ଅବଧି ବୃଦ୍ଧି, ସାର ସବସିଡି ରାଶି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ଦେଶର ଆର୍ଥିକ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି । ସବସିଡି ବୃଦ୍ଧି ଏବଂ ରାଜସ୍ୱ ହ୍ରାସ ଯୋଗୁ ଜିଡିପିର ୬.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏବେ ଫିଚ ରେଟିଙ୍ଗସ୍ ଆକଳନ କରିଛି ।

୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା ହୋଇଥିଲା । ଉକ୍ତ ଯୋଜନାରେ ମୁଣ୍ଡପିଛା ୫ କେଜି ଚାଉଳ ଓ କେଜିଏ ଚଣା ମାଗଣାରେ ପ୍ରଦାନ କରାଯାଉଛି । ଦେଶରେ ପ୍ରାୟ ୮୧ କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇଥିଲେ । ଏଥିସହିତ ସେହି ବ୍ୟକ୍ତିମାନେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରିହାତି ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଉଛନ୍ତି । ତେଣୁ ଗୋଟିଏ ଯୋଗ୍ୟ ପରିବାର ମାସକୁ ପ୍ରାୟ ୫ କେଜି ଖାଦ୍ୟଶସ୍ୟ ପାଉଛନ୍ତି । ମହାମାରୀ ନଥିବା କାରଣରୁ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ସେମାନଙ୍କୁ ପ୍ରଦାନ କରାଯାଉଛି ବୋଲି ବ୍ୟୟ ବିଭାଗ କହିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସହଦେବ ବେହେରା ଙ୍କ କବିତା ପାଉଥିଲି ଭଲ

ଅବ୍ଯବସ୍ତା ଘେରରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ

Sunil Chandra Nayak

ଦୁବୁଲାବେଡାରେ ଦେଶକରମ୍ ଉତ୍ସବ ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!