ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରଞିଗୁଡା ନିକଟରୁ ଗଞେଇ ଜବତ

ଜୟପାଟଣା ,ତା-୨୭/୦୫/୨୨ (ଶୁକ୍ରବାର) କଳାହାଣ୍ଡି ଦେଇ ବ୍ୟାପକ ଗଞେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଜୟପାଟଣା ପୋଲିସକୁ ଏକ ସଫଳତା ମିଳିଛି ।ତାଙ୍କ ସୂଚନା ମୁତାବକ କୋରାପୁଟ ଅଞ୍ଚଳରୁ ଏକ ବାଇକରେ ଦୁଇ ଯୁବକ ଗଞେଇ ଆଣୁଥିବା କୌଣସି ସୂତ୍ରରୁ ଜାଣିପାରି ମୁଖିଗୁଡା ଫାଣ୍ଡି ଅଧିକାରୀ ପ୍ରେମଲାଲ ସାହୁ ଜୟପାଟଣା ଥାନାକୁ ଖବର ଦେଇଥିଲେ । ଲିଙ୍ଗରାଜ ସେଠୀ,ବିନୟ ବାରା, ବିପିନ ଝରିଆ, ପବିତ୍ର ନାଏକ ପ୍ରମୁଖ ଜୟପାଟଣା ଥାନାରରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ମୁଖିଗୁଡା-ଜୟପାଟଣା ପୋଲ ନିକଟରୁ ଗଞେଇ ଚାଲାଣକାରୀ ଦୁଇ ଯୁବକଙ୍କୁ ଅଟକ ରଖିଥିଲେ ।ସେମାନଙ୍କ ନିକଟରୁ ୧୬ କେଜିରୁ ଉର୍ଦ୍ଧ୍ବ ଗଞେଇ ଏବଂ ଏହି କାରବାରରେ ବ୍ୟବହୃତ ଏକ ମଟର ସାଇକେଲ ନଂ-OD10L1399 କୁ ଜବତ କରିଥିଲେ ।ସଂପୃକ୍ତ ଯୁବକ ଦ୍ବୟ ପଟାଙ୍ଗୀ ଅଞ୍ଚଳର ସୀମାନ୍ତ ସଂପଡିଆ, ସତ୍ୟ ପାଳପଡିଆ ବୋଲି ଜଣା ପଡିଛି ।ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

                 ଜୟପାଟଣାରୁ ହୃଷିକେଶ ମୁଣ୍ଡଙ୍କୁ ରିପୋର୍ଟ ।

Related posts

ସାପ କାମୁଡାରେ ଶିକ୍ଷକ ଙ୍କ ମୃତ୍ୟୁ

Sunil Chandra Nayak

ତୀର୍ଯ୍ୟକ୍

Sunil Chandra Nayak

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

Leave a Comment

error: Content is protected !!