ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ଚେୟାରମେନଙ୍କ ସିର୍ଜାପାଲି ଓ ବେଲଖଣ୍ଡି ପଞ୍ଚାୟତ ଗସ୍ତ

କେସିଙ୍ଗା- ଆଜି କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ସିର୍ଜାପାଲି ଓ ବେଲଖଣ୍ଡି ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ ଏହି ଦୁଇଟି ପଞ୍ଚାୟତ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ ଏବଂ ତାହାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ପ୍ରଥମେ ସିର୍ଜାପାଲିର ବାଦିପଡା ଓ ଛତୁଆ ପ୍ରସ୍ତୁତ ହେଉଥିବା ସେଣ୍ଟର ବୁଲି ଦେଖିଥିଲେ। ସିର୍ଜାପାଲି ଗସ୍ତ ସମୟରେ ସରପଞ୍ଚ ପ୍ରମୋଦ କୁମାର ଦାଶ, ସମିତି ସଭ୍ୟା ସୀତୟା ସାହୁ, ଓ୍ବାର୍ଡମେମ୍ବରଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ସେହିପରି ବେଲଖଣ୍ଡି ପଞ୍ଚାୟତର ପଲସାପଡା, ବେଲଖଣ୍ଡି ଓ କଲେଜ ବୁଲି ଦେଖିବା ସହିତ ବିଭିନ୍ନ ସମସ୍ୟା ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ବେଲଖଣ୍ଡି ପଞ୍ଚାୟତ ଗସ୍ତ ସମୟରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ ମେମ୍ବର ଓ ଜନସାଧାରଣ ଉପସ୍ଥିତ ଥିଲେ

 କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

କୋକସରା ବ୍ଲକ ଆତ୍ମା କମିଟି ପକ୍ଷରୁ କର୍ମଶାଳା ଗୋଷ୍ଠି ମହିଳା ଓ ଚାଷୀ ଙ୍କୁ ସହାୟତା ପ୍ରଦାନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡିର ଗୁଣୁପୁର ରେ ଜୋରଦାର ବାଇକ୍ ରାଳି

Sunil Chandra Nayak

Leave a Comment

error: Content is protected !!