ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନଜିବିଙ୍କୁ ମରଣାତ୍ମକ ଆକ୍ରମଣରେ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା: ଡାକରାରେ ୬ ଟି ସଂଘ ସମର୍ଥନ

କାମାକ୍ଷାନଗର (ମ.ନି.ସ)୧୩/୧୦_ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓକିଲ ସଂଘ। ଜଣେ ବରିଷ୍ଠ ଆଇନଜୀବିଙ୍କୁ ମରଣାତ୍ମକ ଆକ୍ରମଣ ଓ ପୋଲିସର ନିସ୍କ୍ରିୟତା ଯୋଗୁ ଏହି ଡାକରା ଦିଆଯାଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମ୍ପୁଣ୍ଣ ଗାଡି ଚଳାଚଳ ବନ୍ଦ ରହିବା ସହ, ସରକାରୀ, ବେସରକାରୀ ସ୍କୁଲ କଲେଜ ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବ। ଗତମାସ ୨୮ ତାରିଖ ବୁଧବାର ରାତି ସମୟରେ ବାଲିଗୋରଡ ସ୍ଥିତ ଏକ ହୋଟେଲକୁ ଦୁଜଣ ଆଇନଜିବୀ ଓ ଦୁଇଜଣ କୋର୍ଟ କର୍ମଚାରୀ ଖାଇବାକୁ ଯାଇଥିଲେ। ସେଠାରେ ସାମାନ୍ୟ କଥାକୁ ନେଇ ୬ ରୁ ୭ ଜଣ ଯୁବକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଦେଇଥିଲେ। ଫଳରେ ୪ ଜଣଯାକ ମୁମୁର୍ଷ ଅବସ୍ଥାରେ ସେହିଠାରେ ପଡିରହିଥିଲେ। ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତିକରିଥିଲେ। ସେଠାରେ ଡାକ୍ତର ବରିଷ୍ଠ ଆଇନଜିବୀ ଶସଧର ମାହାନ୍ତିଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ସେହିଠାରେ ଚିକତ୍ସିତ ହେଉଥିଲେ। ଦିର୍ଘ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ଜଣକୁ ଧରି କୋର୍ଟଚାଲଣ କରି ହାତବାନ୍ଧି ବସିଥିବା ବେଳେ ବାକି ଦୁର୍ବୁତ୍ତ ମାନେ ଖୋଲା ବୁଲୁଛନ୍ତି। ଏନେଇ ଓକିଲ ସଂଙ୍ଘ ତରଫରୁ ସେମାନଙ୍କୁ ଗିରଫ ଦାବି କରୁଥିଲେ ମଧ୍ୟ ପୋଲିସ ଆଖିଦୃଷ୍ଟିଆ ପଦକ୍ଷେପ ନେଉନାହିଁ। ଯାହାଫଳରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଗତକାଲି ଡାକବାଜି ଯନ୍ତ୍ର ଦ୍ବାର ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି ବନ୍ଦକୁ ୬ ଟି ସଂଗଠନ ଘରୋଇ ବସ ମାଲିକ ସଂଙ୍ଘ,ଟ୍ୟାକ୍ସି ସଂଘ୍, ବଣିକ ସଂଘ,ଅବସରପ୍ରାପ୍ତ ସୈନିକ ସଂଘ,ସାମ୍ବାଦିକ ସଂଘ , ବରିଷ୍ଠ ନାଗରିକ ମଞ୍ଚ ଓ ମହୁର ସଂଘ ଇତ୍ୟାଦି ବନ୍ଦକୁ ସମର୍ଥନ କରୁଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କ୍ଲିନ୍ ଆଣ୍ଡ ଗ୍ରୀନ ତରଫରୁ ରେଲୱେ ଷ୍ଟେସନରେ ସ୍ବଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଛାତ୍ର ଛାତ୍ରୀ ଙ୍କ ଧର୍ମଘଟ

Sunil Chandra Nayak

Leave a Comment

error: Content is protected !!