ଢେଙ୍କାନାଳ -: ଅଦ୍ଯ ତା 28/04/2022 ରିଖ ଦିନ ସକାଳ ୯ ଘ. ସମୟ ରେ ଓଡିଆ ଭାଷା ଓ ସଂସ୍କୃତିର ସୁଦକ୍ଷ ସେନାଦକ୍ଷ, ସ୍ଵତନ୍ତ୍ର ଓଡିଶା ଗଠନର ମୂଖ୍ୟ ପୁରୋଧା ତଥା ଶତାବ୍ଦୀର ସୂର୍ଯ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ , ରାସୋଳ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି।ଓଡ଼ିଆଙ୍କ ସ୍ଵାଭିମାନ ସୁରକ୍ଷା, ଶିଳ୍ପ, ଶିକ୍ଷା ଓ ସାହିତ୍ୟରେ ଉତ୍କର୍ଷ ପ୍ରତିପାଦନ ସହ ରାଜ୍ୟର ପ୍ରଗତି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।ଏହି ପରିପ୍ରେକ୍ଷୀରେ ମଧୁ ବାବୁ ଙ୍କ ନୀତି ଆଦର୍ଶ ସର୍ବୋପରି ” ପୂରୁବ ଗୌରବ ପୂରୁବ ମହିମା ପଡୁ ନାହିଁ କି ରେ ତୁମ ମନେ” ପବିତ୍ର ମହାବାକ୍ୟରେ ଅନୁପ୍ରାଣିତ ହେବା ପାଇଁ ଜନମଙ୍ଗଳ ର ସମସ୍ତ ଯୁବ ସେବକ ଶପଥ ନେଇଛନ୍ତି ।ଉକ୍ତ ଶ୍ରଦ୍ଧା ସୁମନ କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ବିଭୁପ୍ରସାଦ ଶତପଥୀ, ସମେତ ସଂପାଦକ ସୁବାସ ପ୍ରଧାନ,ସଂଯୋଜକ ନିରାକାର ବୈଦ୍ୟ ଏବଂ ଉପସ୍ଥିତ ସେବକ ଭାଇ ଶୈଳେନ୍ଦୁ ,ଦିଲିପ୍,ଶ୍ରୀଧର, ସୁନିଲ୍,ସଞ୍ଜୀବ,ଚନ୍ଦନ ସମସ୍ତେ ମଧୁ ବାବୁ ଙ୍କର ପ୍ରତି ମୂର୍ତ୍ତି ରେ ମାଲ୍ଯାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍