ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ତରଫରୁ ମଧୁବାବୁ ଙ୍କ ଜୟନ୍ତୀ ଉତ୍ସବ

ଢେଙ୍କାନାଳ -:   ଅଦ୍ଯ ତା 28/04/2022 ରିଖ ଦିନ ସକାଳ ୯ ଘ. ସମୟ ରେ ଓଡିଆ ଭାଷା ଓ ସଂସ୍କୃତିର ସୁଦକ୍ଷ ସେନାଦକ୍ଷ, ସ୍ଵତନ୍ତ୍ର ଓଡିଶା ଗଠନର ମୂଖ୍ୟ ପୁରୋଧା ତଥା ଶତାବ୍ଦୀର ସୂର୍ଯ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ , ରାସୋଳ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି।ଓଡ଼ିଆଙ୍କ ସ୍ଵାଭିମାନ ସୁରକ୍ଷା, ଶିଳ୍ପ, ଶିକ୍ଷା ଓ ସାହିତ୍ୟରେ ଉତ୍କର୍ଷ ପ୍ରତିପାଦନ ସହ ରାଜ୍ୟର ପ୍ରଗତି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।ଏହି ପରିପ୍ରେକ୍ଷୀରେ ମଧୁ ବାବୁ ଙ୍କ ନୀତି ଆଦର୍ଶ ସର୍ବୋପରି ” ପୂରୁବ ଗୌରବ ପୂରୁବ ମହିମା ପଡୁ ନାହିଁ କି ରେ ତୁମ ମନେ” ପବିତ୍ର ମହାବାକ୍ୟରେ ଅନୁପ୍ରାଣିତ ହେବା ପାଇଁ ଜନମଙ୍ଗଳ ର ସମସ୍ତ ଯୁବ ସେବକ ଶପଥ ନେଇଛନ୍ତି ।ଉକ୍ତ ଶ୍ରଦ୍ଧା ସୁମନ କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ବିଭୁପ୍ରସାଦ ଶତପଥୀ, ସମେତ ସଂପାଦକ ସୁବାସ ପ୍ରଧାନ,ସଂଯୋଜକ ନିରାକାର ବୈଦ୍ୟ ଏବଂ ଉପସ୍ଥିତ ସେବକ ଭାଇ ଶୈଳେନ୍ଦୁ ,ଦିଲିପ୍,ଶ୍ରୀଧର, ସୁନିଲ୍,ସଞ୍ଜୀବ,ଚନ୍ଦନ ସମସ୍ତେ ମଧୁ ବାବୁ ଙ୍କର ପ୍ରତି ମୂର୍ତ୍ତି ରେ ମାଲ୍ଯାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଭବାନୀପାଟଣା ସହର ବର୍ଷା ଜାଲରେ ଉବୁଟୁବୁ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ମାଆ ଦାରିଦ୍ର୍ୟ ଭଞ୍ଜନୀ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

Leave a Comment

error: Content is protected !!