ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିରିଂଥାନା; ଜିରେଇ ଗ୍ରାମ ନିକଟ ବାରୁଡୁଙ୍ଗୁରି ପଡ଼ିଆରେ ଯୁବତୀଙ୍କ ମୃତଦେହ ପୋଲିସ୍ ଦ୍ବାରା ଉଦ୍ଧାର

ମୟୂରଭଞ୍ – ୦୬/୦୭/୨୨(ମସିହା) ଆଇନ ଯେତେ କଠୋର ହେଲେ ମଧ୍ଯ ଅସାମାଜିକ,ଲମ୍ପଟ,ଦୁଷ୍କର୍ମକାରୀଙ୍କ ସେଥିପ୍ରତି ଭୃକ୍ଷେପ ନାହିଁ ।ଆଇନକୁ ଫୂ କରି ଦେଉଛନ୍ତି । ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସିମାନ୍ତ ତିରିଂ ଥାନା ଅଂଚଳର କୁଲୁଘୁଟୁ ପଞ୍ଚାୟତର ଜିରେଇ ଗ୍ରାମ ସନ୍ନିକଟ ବାରୁଡୁଙ୍ଗୁରି ପଡ଼ିଆରେ ଏକ ଅର୍ଦ୍ଧ ଉଲଗ୍ନ ଯୁବତୀର କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରି ଛାନଭିନ କରୁଛି । ସୂଚନାଯୋଗ୍ୟ ଯେ ତିରିଂ ଥାନା ଅଂଚଳର ବଡନାରାଣି ପଞ୍ଚାୟତର ଦେଓଗାମ ଗାଁ ର ଗଙ୍ଗାଧର ଗାଇପେଇଙ୍କ ଘରେ ତାଙ୍କ ଶାଳୀ ଅବିବାହିତ ତୁଳସୀ ସାମାଦ ବାନରା(୨୮) ଘର ପଡୋଶୀ ଝାଡଖଣ୍ଡ ରାଜ୍ୟର ତଳନଗର ଅଂଚଳର ମଝିଗାଁ ଥାନା ଅନ୍ତର୍ଗତ ଦାନାବିର ଗ୍ରାମ ।ସେ ଭିଣୋଇ ଘରେ ରହି ପରିବା ପତ୍ର ବିକି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ମଙ୍ଗଳବାର ଦିଳ ବଡନାରାଣି ଗାଁ କୁ ସାପ୍ତାହିକ ହାଟକୁ ତୁଳସୀ ତା’ର ଭିଣୋଇ ଗଙ୍ଗାଧର ଓ ଭଉଣୀ ଚେନାଙ୍କ ସହ ପରିବା ବିକିବାକୁ ଯାଇଥିଲେ । ସଂଧ୍ୟାରେ ସେ ଆଉ ଘରକୁ ଫେରି ନ ଥିଲେ ।ରାତିରେ ଭଉଣୀ ଓ ଭିଣୋଇ ଖୋଜାଖୋଜି କରି ପାଇ ନ ଥିଲେ । ବୁଧବାର ଦିନ ସକାଳେ ଜିରେଇ ଗ୍ରାମ ଲୋକେ ଶୌଚ କରିବାକୁ ଯାଇ ବାନାଡୁଙ୍ଗୁରି ପଡ଼ିଆରେ ଏକ କ୍ଷତାକ୍ତ ଯୁବତୀଙ୍କ ମୃତଦେହ ଦେଖି ତିରିଂ ଥାନାକୁ ଜଣାଇଥିଲେ ।ତିରିଂ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରିବା ସହ‌ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଛି । ପୋଲିସ ଏକ ମାମଲା ୮୩/୨୨ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି।ଘଟଣା ଦୁଷ୍କର୍ମ ପରେ ହତ୍ଯା ନେଇ ସନ୍ଦେହ କରାଯାଉଛି।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ନର୍ଲା ବଳଭଦ୍ରେଶ୍ୱରଙ୍କ ଠାରେ ନବାନ୍ନ ଲାଗି ଶୁଭ ଲଗ୍ନ , ନର୍ଲା ଚଳଚଞ୍ଚଳ

Sunil Chandra Nayak

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ତୁ ଅଟୁ ଶ୍ରୀକ୍ଷେତ୍ର ରଜା

Leave a Comment

error: Content is protected !!