ବାଲେଶ୍ଵର,୦୬/୭/୨୨- ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପାଇଛି ପ୍ରକାଶ । ଏଥିରେ ବ୍ଲକ ତଥା ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି । ସର୍ବୋଚ୍ଚ ନମ୍ବର ରଖି ପ୍ରତି ହାଇସ୍କୁଲରେ ମଧ୍ୟ ଟପ୍ପର ହୋଇଛନ୍ତି । ସେଥିମଧ୍ୟରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଥିବା ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ବାଜିମାତ୍ କରିଛନ୍ତି । ଅନ୍ତରା ପଞ୍ଚାୟତରେ ଥିବା ଅନ୍ତରା ମହତୀପୁର ବାଇଧର ପ୍ରସାଦ ସରକାରୀ ହାଇସ୍କୁଲର ଛାତ୍ରୀ ବର୍ଷା ମହାପାତ୍ର ଅର୍ଥାତ ନଟବର ମହାପାତ୍ରଙ୍କ ଝିଅ ସର୍ବାଧିକ ୫୮୯ ନମ୍ବର ରଖି ୧୦ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଛନ୍ତି । ସେହିପରି ଖଇରା ସରକାରୀ ହାଇସ୍କୁଲର ଛାତ୍ରୀ ଅଙ୍କିତା ଜେନା ୫୭୯ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ଅଙ୍କିତାଙ୍କ ପିତା ଅକ୍ଷୟ କୁମାର ଜେନା, ମାତା ବିଜୟଲକ୍ଷ୍ମୀ ଜେନା , ଜେଜେ ଅନନ୍ତ ପ୍ରସାଦ ଜେନାଙ୍କର ଅତି ଗେହ୍ଲା ଝିଅ ହୋଇଥିଲେ ମଧ୍ୟ ମନଦେଇ ପାଠପଢିବା ପାଇଁ ସବୁବେଳେ ଅଙ୍କିତା ପ୍ରତି ସମସ୍ତଙ୍କର ନଜର ଥିଲା । ଦୈନିକ ୧୪-୧୫ ଘଣ୍ଟା ପାଠପଢାରେ ସମୟ ଦିଅନ୍ତି, ସମସ୍ତ ଗୁରୁଜନ ମାନଙ୍କ ଉପଦେଶ ମାନନ୍ତି, ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତଙ୍କ ଆଶୀର୍ବାଦରୁ ଅଙ୍କିତା ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ଆଜି ଗର୍ବିତ । +୨ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଆଇ. ଏ. ଏସ୍ ହେବା ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ଅଙ୍କିତା । କୁପାରୀ ହାଇସ୍କୁଲର ଜୀବନଜ୍ଯୋତି ରଥ ୫୮୩ ନମ୍ବର ରଖି ପ୍ରଥମ ହୋଇଛନ୍ତି । ଏସ. ଏସ. ଏସ. ହାଇସ୍କୁଲ ଝିଙ୍କିରିଆର ୮୭ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ କରିଛନ୍ତି । ସେଥିମଧ୍ୟରୁ ଏ-୧ /୦୭ ଜଣ,ଏ-୨ /୨୫ ଜଣେ, ସର୍ବାଧିକ ୫୬୨ ନମ୍ବର ରଖିଛନ୍ତି ମଧୁବାଳା ଦାସ ଓ ଶୁଭସ୍ମିତା ନାୟକ । ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ଜିତେନ୍ଦ୍ର ପ୍ରଧାନ ୫୪୦ ନମ୍ବର ରଖିଛନ୍ତି । ସେହିପରି ସରକାରୀ ହାଇସ୍କୁଲ ହରିପୁରରେ ୬୫ ଜଣ ପରୀକ୍ଷା ଦେଇଥିଲେ କିନ୍ତୁ ସମସ୍ତେ ପାସ୍ କରିଛନ୍ତି । ସେଥିମଧ୍ୟରୁ ସ୍ବହାସ୍ତୁତି ଧଳ ୫୬୫ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇ ବେଶ ଖୁସି ଅନୁଭବ କରିଛନ୍ତି । ଏ ଖୁସି ବାପା ମାଆ, ଗୁରୁଜୀ ଓ ଗୁରୁମାଙ୍କୁ ଦେଇଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଖୁବ୍ ଭଲ ନମ୍ବର ରିଖ ପାସ୍ କରି ଆନନ୍ଦ ଅନୁଭବ କରିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ