ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଜାକିସ୍ଥାନର କାଜାକ୍ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

କଳାହାଣ୍ଡିର ଚର୍ଚ୍ଚିତ କବି ଭବାନୀ ନିଆଲ….

ପେରିସତ କୋସୋଇଭିନା ଅବଦାଳିଇବା ବିଶକେକ କାଜକିସ୍ଥାନର ଜଣେ ବହୁ ଚର୍ଚ୍ଚିତ କବି l ସେ ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତାକୁ କାଜାକ୍ ଭାଷାରେ ଅନୁଦିତ କରିଛନ୍ତି l ସେ ଏକାଥରକେ ଜଣେ କବି, ଅନୁବାଦକ ଏବଂ ସେ ନର୍ଥ ଆମେରିକାର ୟୁନିଅନ ଅଫ ରାଇଟର ସଂଘର ମେମ୍ବର ଅଟନ୍ତି l

କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ,ପୋଲିସ,ସ୍ପେନିସ,ଆଳବାନିୟନ, ଫିଲିପିନୋ,ଭିଏତନାମା,ଜାପାନ ଭଳିଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ । ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲା ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ,ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ୍ ପ୍ଲେନାଟୋ,ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ୍ ଗୁସ୍ତାଭୋ ବେନାଭିଡିସ୍,ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି,ଫିଲିପିନୋ ଭାଷାରେ ଡ଼. ଜେସୁକା ପି. ବେସିନ,ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ୍ ରିଶା,ଭିଏତନାମା ଭାଷାରେ କବି ମେ ହୋଆ ଡୁ, ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍, ଜର୍ମାନୀ ଭାଷାରେ ବିଶିଷ୍ଟ ଜର୍ମାନୀ କବି ଆନଚିଆ ଷ୍ଟିନ ଏବଂ ଜାପାନ ଭାଷାରେ ଜାପାନୀୟ କବି ମାକି ଷ୍ଟାରଫିଲ୍ଡ ଅନୁବାଦ କରିଛନ୍ତି । କବିଙ୍କ ଏହି ସଫଳତାରେ ରାଜ୍ୟର ଅନେକ ମହଳରୁ ଖୁସିର ସୁଅ ଛୁଟିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମମତା ସାହୁ ଙ୍କ କବିତା ଆସିଛି ବରଷା ରାଣୀ

Sunil Chandra Nayak

ଝାରବନ୍ଧ ପଞ୍ଚାୟତ ପିଡିଏସ ଚାଉଳ ହଡପ୍ ଘଟଣା, ତଦନ୍ତ ଓ ଦ୍ରୁଢ ପଦକ୍ଷେପ ପାଇଁ ଗରିବସେନା ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ଜୀବନବିନ୍ଧୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!