ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶ ତମ ରୌପ୍ୟ ଜୟନ୍ତୀ ଯାତ୍ରା

 ଫୁଲବାଣୀ -:   ଫୁଲବାଣୀ ର ଅଧିଷ୍ଠାତ୍ରୀ ଆରାଧ୍ୟ ଦେବୀ ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶ ତମ ରୌପ୍ୟ ଜୟନ୍ତୀ ଯାତ୍ରା ଶୁଭାରମ୍ଭ ହେଲା। ପଞ୍ଚଦେବୀ ଠାକୁରାଣୀ ଙ୍କୁ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ପୂଜା ଅର୍ଚ୍ଚନା ପୂଜକ ମାନଙ୍କ ଦ୍ୱାରା ଚାଲିଛି। ଶାନ୍ତି ଶୃଙ୍ଖଳା ସହ ମାଁ ନାରାୟଣୀ ଙ୍କର ଯାତ୍ରା ୧ ମାସ ଧରି ଚାଲିବ । ଯାତ୍ରା ର ପ୍ରତ୍ୟେକ ଦିନ ସାନ୍ଧ୍ୟରେ ଯାତ୍ରା କମିଟିର କର୍ମକର୍ତ୍ତା ବିଶେଷତଃ ଯାତ୍ରା କମିଟିର ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ ଙ୍କର ବଳିଷ୍ଠ ଉଦ୍ୟମ ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହେବ। ଯାତ୍ରା ଆରମ୍ଭ ର ପ୍ରଥମ ଦିନ ସନ୍ଧ୍ୟାରେ ଯାତ୍ରା ପଡ଼ିଆ ଠାରେ ଗତକାଲି ଫୁଲବାଣୀ ର ସୁନାମ ଧନ୍ୟ ରାଜ୍ୟ ବାହାରେ ଖ୍ୟାତି ଅର୍ଜନ କରିଥିବା ସାଂସ୍କୃତିକ ଅନୁଷ୍ଠାନ ନାଟରାଜ କଳା ମନ୍ଦିର ର ଶିଶୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ବିଚିତ୍ରା ଓଡିଶୀ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରଥମ ଦିଵସ ସନ୍ଧ୍ୟା ର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଉପ ଜିଲ୍ଲାପାଳ ତଥା ଯାତ୍ରା କମିଟି ଅଧ୍ୟକ୍ଷ ଶେଷଦେଵ ମିଶ୍ର ଯୋଗ ଦେଇ ପ୍ରଦୀପପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ,ଫୁଲବାଣୀ ପୋୖରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା,ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ସିଧେଶ୍ୱର ଦାସ, ନଟରାଜ କଳା ମନ୍ଦିର ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ବିନୋଦ କୁମାର ସାହୁ, ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଶୋକ ମହାନ୍ତି ବିନୋଦ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ ।ଏହି ସାଂସ୍କୃତିକ ସନ୍ଧ୍ୟା ଅବସରରେ ଯାତ୍ରା ପରିଚାଳନା ସଭାପତି ପି. ସୁଧାଂଶୁ ସେନାପତି, ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପ ସଭାପତି ସୁଜିତ କୁମାର ବେହେରା,ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ,ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ଦେଖିବା ପାଇଁ ଏବଂ ପଞ୍ଚଦେବୀ ଠାକୁରାଣୀ ଙ୍କର ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ଭିଡ ଜମିଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ରାଇଘର ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

କାଦୋପଦରରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

ବାଲେଶ୍ବର – ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!