ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିବାଦ

 ପ୍ରତିବାଦ

 

ଶ୍ଯାମା ପ୍ରସାଦ୍ ବୋଷ୍ 

 

ପ୍ରତିବାଦ କରି ଶିଖିନି ଜୀବନେ 

ତେଣୁ ଦୁଃଖ କଷ୍ଟ ସହେ 

ମନ କଥା ସବୁ ମନେ ଚାପି ଦେଇ 

ନିରବରେ ପରା ରହେ । 

 

ପ୍ରତିବାଦ କରି କି ଲାଭ ମିଳିବ 

ଅଯଥା ରେ ଶତ୍ରୁ ହୁଏ 

ତେଣୁ ପ୍ରତିବାଦ କରେ ନାହିଁ କେବେ 

ସର୍ବଦା ମଉନ ରହେ । 

 

ବିନା ପ୍ରତିବାଦେ ସର୍ବସ୍ବ ଛାଡଇ 

ଭାଗ୍ୟ କୁ ଆଦରି ନିଏ 

ଭାଗ୍ୟ ବିନା ପଥ ଅଛି କିବା କାହିଁ 

ପ୍ରତିବାଦ ଭୁଲି ଯିଏଁ । 

 

ନିଜ ସ୍ବାର୍ଥ ପାଇଁ ପ୍ରତିବାଦ କେବେ 

ଜୀବନରେ କରି ନାହିଁ 

ନ୍ୟାୟ ପାଇଁ କିନ୍ତୁ ପ୍ରତିବାଦ କରେ 

ପର ଉପକାରେ ଚାହିଁ । 

 

ଅନ୍ଯାୟ କାର୍ଯ୍ୟରେ ପ୍ରତିବାଦ କର 

ଦୁଃଖୀ ରଙ୍କି ଙ୍କର ପାଇଁ 

ସମୁହ ସ୍ବାର୍ଥରେ ପ୍ରତିବାଦ କଲେ 

ସହାୟ ଜଗତ ସାଇଁ । 

 

ଅନ୍ଯାୟ ଅନୀତି ଦୁଷ୍କର୍ମ ଦୁର୍ନୀତି 

ଦେଖି ପ୍ରତିବାଦ କରେ

ନହଲେ ଜୀବନେ ଜୀଇଁ କିବା ଲାଭ 

ଥାଏ ମନ ଭାବନାରେ । 

 

ପ୍ରତିବାଦ କରି ନଷ୍ଟ ଭ୍ରଷ୍ଟ କଲେ 

କି ଯଶ ବା ଅରଯିବି  

ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରି 

ସଭିଙ୍କର ପ୍ରିୟ ହେବି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ ,ପୁରୀ 

 

Related posts

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଐତିହାସିକ ଅସୁରଗଡ ଦୁର୍ଗ ନିକଟରୁ ମାଓ ପୋଷ୍ଟର

Sunil Chandra Nayak

ଭାରତ ବନ୍ଦ ର ପ୍ରଭାବ- ଧର୍ମଗଡ ରେ ବ୍ୟାଙ୍କ ସେବା ବନ୍ଦ

Sunil Chandra Nayak

Leave a Comment

error: Content is protected !!