ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୈଳବାଳା ରାମ ଙ୍କ କବିତା ଆସ ମା’ ଆସ

   ଆସ ମା’ ଆସ

ତୁମ ଆଗମନେ ଧରା
ସଜେଇ ହେଲାଣି ପରା
ଦେଖ ଗୋ ମା ମହାମାୟା ,ଦେଖ ଗୋ ବାରେ
କାଶତଣ୍ଡି ନଦୀ ଧାରେ
କି ସୁନ୍ଦର ଶୋଭା ଭରେ
ଆସ ଗୋ ବିନ୍ଧ୍ଯବାସିନୀ,ବସୁନ୍ଧରାରେ 
ଜୟ ଦୂର୍ଗା ସିଂହ ବାହିନୀ
ଅବତରି ଆସ ମା’ ଡାକେ ଆତୁରେ ।।
ଆଶ୍ଵିନର ଦଶଦିନ
ଧ୍ଯାୟି ତୁମ ଗୁଣ ଗାନ
ଧନ୍ଯ ହୋଇବ ଜୀବନ, ବିଘ୍ନନାଶିନୀ
ଦୂର୍ଗା ମହିଷା ମର୍ଦିନୀ
ଚଣ୍ଡ ମୁଣ୍ଡ ସଂହାରିଣୀ
ପରମାନନ୍ଦ ଦାୟିନୀ,ମା’ କାତ୍ୟାୟିନୀ
ସିଦ୍ଧେଶ୍ବରୀ ଚାରୁହାସିନୀ
ସର୍ବ ଲକ୍ଷଣ ସମ୍ପନ୍ନା ,ବର ଦାୟିନୀ ।।
ମହାଶକ୍ତି ମହାବିଦ୍ୟା
ଶିବାନୀ ରମା ବରଦା
ବିଶାଳାକ୍ଷୀ ଯୋଗମାୟା,ସର୍ବରୂପିଣୀ
ରକ୍ତବର୍ଣ୍ଣା ଶ୍ଯାମବର୍ଣ୍ଣା
ତ୍ରିନେତ୍ରା ସୂବର୍ଣ୍ଣବର୍ଣ୍ଣା
କୁମାରୀ ଚଣ୍ଡି କାଳିକା,ବ୍ରହ୍ମ ରୂପିଣୀ
କମଳା ବିମଳା ସାରଳା
ବ୍ରହ୍ମଶକ୍ତି ବ୍ରହ୍ମବିଦ୍ଯା,ଭଦ୍ରା କଲ୍ୟାଣୀ ।।
ଶହେ ଆଠ ନୀଳୋତ୍ପଳ
ଖୋଜିଲେ ମର୍ତ୍ତ୍ୟ ମଣ୍ଡଳ
ନପାଇ ଏକ କମଳ ହୋଇ ବିଷର୍ଣ୍ଣ
ସମର୍ପି ନିଜ ନୟନ
କରିଲେ ସଂଖ୍ୟା ପୁରଣ
ପୟର ପୂଜି ତୋଷିଲେ ପଦ୍ମଲୋଚନ  
ଧନୁର୍ଧାରୀ ପୁରୁଷୋତ୍ତମ
ଆଶିଷ ଲଭି ବଧିଲେ ଦଶ ଆନନ ।।
ନାଲି ପାଟ ଶଙ୍ଖା ନାଲି
ପଦୁ°ଅ ମନ୍ଦାର ନାଲି
ରଖିଛି ନାଲି ସିନ୍ଦୁର ଅତି ଯତନେ
ଧୂପ ଦୀପ ବେଲପତ୍ର
ବାସ ଚନ୍ଦନ ନୈବେଦ୍ୟ
ସଜେଇଛି ପୂଜା ଥାଳି ଆନନ୍ଦ ମନେ
ଖଡ଼ଗ ଖର୍ପର ଧାରିଣୀ
ସୁଦୟା କର ମା’ ଉମା ଜଗତଜନେ।

ଶୈଳବାଳା ରାମ

ଭୁବନେଶ୍ୱର

Related posts

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ରେ ମୃତ୍ୟୁ ଘଟଣା: ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

Sunil Chandra Nayak

ଆସ କିଛି ଜାଣିବା…..

Sunil Chandra Nayak

Leave a Comment

error: Content is protected !!