ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା ଜୟ ମା ଦୁର୍ଗା 

ଜୟ ମା ଦୁର୍ଗା 

ଜୟ ଦୁରୁଗେ ମା ଅପାର ତୋ କରୁଣା
ଦୂର କରି ଥାଉ ତୁହି ପୁତ୍ର ବେଦନା ।
ତୋର ଶ୍ରୀ ପୟରେ ଭକ୍ତି ନିରନ୍ତରେ 
ଯେ ସେବିବ ତାର ଦୂର ହୁଏ ଯାତନା ।।
ତୋ ସନ୍ତାନଙ୍କ ପାଇଁ ଆଗୋ ମହାମାୟୀ 
ଚାଲି ଆସୁ ତୁହି ମାଗୋ ଆଶ୍ବିନ ମାସେ।
ତୋହର ସ୍ବାଗତ କରିବାକୁ ଭକତ
ଛେଳି ବୋଦା ବଳି ଦେଇ ତୋହରି ପାଶେ।।
ତୋହର ଅଭ୍ୟର୍ଥନା କରନ୍ତି ଗୋ ମାତ
ଭକ୍ତି ନଇବେଦ୍ଯ ଦେଇ ପାଦ ତଳର।
ନଡିଆ ଭୋଗ ଦିଅନ୍ତି କେତେ ଯେ ଲୋକ
ମନ୍ଦାର ଫୁଲ ଚାଉଳ ବେଲ ପତର ।।
ଦୁଃଖ କରିବୁ ଦୂର ଆଶା ଅଛି ମୋର
ତେଣୁ ମାତ ଆଶ୍ରା ନେଲି ତୋର ପୟରେ।
ସାହା ହୋଇବୁ ତୁହି ଆଗୋ ମହାମାୟୀ 
ଠେଲି ଦେବୁ ନାହିଁ ମୋଗୋ ଦୂରକୁ ମୋରେ ।।

ପ୍ରେମଶିଳା ବେହେରା

ଭବାନୀପାଟଣା କଳାହାଣ୍ଡି

Related posts

ରୋଟାରୀକ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ

କୋକସରା ବ୍ଲକ ରେ ଭାରତ ଜୋଡୋ ଅଭିଯାନ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

କର୍ଲାମୁଣ୍ଡା ପ୍ରେସ୍ କ୍ଲବର ରୌପ୍ୟ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!