Uncategorizedପ୍ରେମଶିଳା ବେହେରା ଙ୍କ କବିତା ଜୟ ମା ଦୁର୍ଗା by Sunil Chandra NayakOctober 7, 2022October 7, 20220190 Share0 ଜୟ ମା ଦୁର୍ଗା ଜୟ ଦୁରୁଗେ ମା ଅପାର ତୋ କରୁଣା ଦୂର କରି ଥାଉ ତୁହି ପୁତ୍ର ବେଦନା । ତୋର ଶ୍ରୀ ପୟରେ ଭକ୍ତି ନିରନ୍ତରେ ଯେ ସେବିବ ତାର ଦୂର ହୁଏ ଯାତନା ।। ତୋ ସନ୍ତାନଙ୍କ ପାଇଁ ଆଗୋ ମହାମାୟୀ ଚାଲି ଆସୁ ତୁହି ମାଗୋ ଆଶ୍ବିନ ମାସେ। ତୋହର ସ୍ବାଗତ କରିବାକୁ ଭକତ ଛେଳି ବୋଦା ବଳି ଦେଇ ତୋହରି ପାଶେ।। ତୋହର ଅଭ୍ୟର୍ଥନା କରନ୍ତି ଗୋ ମାତ ଭକ୍ତି ନଇବେଦ୍ଯ ଦେଇ ପାଦ ତଳର। ନଡିଆ ଭୋଗ ଦିଅନ୍ତି କେତେ ଯେ ଲୋକ ମନ୍ଦାର ଫୁଲ ଚାଉଳ ବେଲ ପତର ।। ଦୁଃଖ କରିବୁ ଦୂର ଆଶା ଅଛି ମୋର ତେଣୁ ମାତ ଆଶ୍ରା ନେଲି ତୋର ପୟରେ। ସାହା ହୋଇବୁ ତୁହି ଆଗୋ ମହାମାୟୀ ଠେଲି ଦେବୁ ନାହିଁ ମୋଗୋ ଦୂରକୁ ମୋରେ ।। ପ୍ରେମଶିଳା ବେହେରା ଭବାନୀପାଟଣା କଳାହାଣ୍ଡି