ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫାଲଗୁନି ରଣା ଙ୍କ କବିତା ଦୁଃଖ

       ଦୁଃଖ

ଦୁଃଖ ପରେ ଦୁଃଖ ଆସୁଛି ଜୀବନେ
କେବେ ନ ଗଲା ରେ ଦୁଃଖ.
ଅର୍ଦ୍ଧ ରାହୁଗ୍ରସ୍ତ ହିଂମାଶୁ ପରାୟେ
ହୋଇଲା ରେ ଚନ୍ଦ୍ରମୁଖ…୧
ନୟନାଶ୍ରୁ ତାର ବିସ୍ତାର ଜଣାଏ
ଉଦାସୀନ ପ୍ରତିଛବି..
ଏ’ ପ୍ରତିଛବିରେ ସୁଖର ପ୍ରକାଶ
କରି କି ପାରିବ କବି…? ୨
ବିଷଣ୍ଣ ବଦନ ଦେଖି କବିବନ୍ଧୁ !
ପାରିବ କି ଗୀତେ ଲେଖି.
ମୋ ଚକ୍ଷୁ ହୋଇଛି ଅଶ୍ରୁ ପରିପୂର୍ଣ୍ଣ
ଅକ୍ଷର ନ ପାରେ ଦେଖି…୩
ହାୟ ରେ ସୁଖ ତୁ ଏଡେ ପ୍ରତାରକ
ହାତ ଠାରି ମୋତେ ଡାକୁ
ସତ୍ୟ ଧରିନେଇ ତୋ ପାଖକୁ ଧାଏଁ
ଆଲିଙ୍ଗନ କରିବାକୁ…୪
ହେଲେ ତୁହି ଅଟୁ ସରସୀ ଜଳରେ
ପତିତ ଚନ୍ଦ୍ରମା ପରା..
ଯେଡେବଡ କ‌ଉଶଳ ପାଞ୍ଛିଲେ ବି
ସହଜେ କି ଯିବୁ ଧରା..? ୫
ତୋତେ ପାଇବାକୁ ବଳିଛି ମୋ ମତି
କେଣେ ଅଛୁ ତୁହି କହ..
କାନ୍ଦି କାନ୍ଦି କରି କବିତା ଲେଖୁଛେ
ଏ’ କଷ୍ଟ ହୁଏ ଦୁଃସହ…୬
ଦୁଃଖ ତ’ ହେଇଛି ମୋ ଭାଗ୍ୟ-ଭଗାରି
ସୁଖ ଖେଳେ ଲୁଚକାଳି..
ଦ‌ଇବ ଦେଖିଣ କରେ ଉପହାସ
ବିଷଣ୍ଣତା ପିଟେ ତାଳି…୭

ଫାଲଗୁନି ରଣା

ମହୁଆଭଟା, ନୂଆପଡ଼ା

Related posts

ୱାଇଏମଏଫଆଇ ଓ ‘ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ 21ରେ 

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ପୌରପରିଷଦ ନିର୍ବାଚନ ଶେଷ ଭବାନୀପାଟଣା ସର୍ବନିମ୍ନ ଭୋଟ ଓ କେସିଙ୍ଗାରେ ସର୍ବାଧିକ ଭୋଟ ପଡିଛି

Sunil Chandra Nayak

Leave a Comment

error: Content is protected !!