ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିଦ ପରିବାରକୁ ଉଦାହରଣ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା/ ନବଗଠିତ ସାମାଜିକ ଅନୁଷ୍ଠାନ ଉଦାହରଣ ତରଫରୁ ଭଞ୍ଜଭବନ ଠାରେ ସହିଦ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦାହରଣ ଅନୁଷ୍ଠାନର ସଭାପତି ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିମଳ ବିଶିଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର, ସମ୍ମାନିତ ଅତିଥି ଭାବେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ସିଆଇଏସଏଫ କମାଣ୍ଡାଣ୍ଟ ଅଶୋକ ଜାଲୁଆନିଆ, ସହାୟକ କମାଣ୍ଡାଣ୍ଟ ଡି ଇଞ୍ଜିକର କିଣ୍ଡୋ, ଏନସିସି କର୍ଣେଲ ରମେଶ,ବଣିକ ସଂଘ ସଭାପତି ଶୁଭ ପଟ୍ଟନାୟକ, ତାରାଚାନ୍ଦ ପଟ୍ଟନାୟକ, ପ୍ରଫୁଲ୍ଲ ସୁନାନି ପ୍ରମୁଖ ଯୋଗଦେଇ ସହିଦ ପରିବାରଙ୍କୁ ଉପଢୌକନ ମାନପତ୍ର ମେମୋଣ୍ଟୋ ଓ ଆର୍ଥିକ ସହାୟତା ଯୋଗାଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥି ମାନେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉଦାହରଣ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଜିଲ୍ଲାର ୧୩ ଜଣ ସହିଦ ଅମ୍ରିତ କୁମାର ତିର୍କୀ, ଅନିଲ ଟପ୍ପୋ,ଶିବ ମୁଣ୍ଡାରୀ,ବେଣୁଧର ନାୟକ,ପ୍ରଦୀପ ପଣ୍ଡା, ପ୍ରଦୀପ ପଣ୍ଡା,ରବିନ ଏକ୍କା,ସୁଜିତ କୁମାର ମିଞ୍ଜ, ରାଜକିଶୋର କୁଲୁ, ମହେନ୍ଦ୍ର ଧାରୁଆ,ଗୋପାଳ ମିଞ୍ଜ,ଲକ୍ଷ୍ମଣ କିଶାନ, ଅଶୋକ କୁମାର ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାସହ ସେମାନଙ୍କ ପରିବାର କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାପତି ଶ୍ରୀ ତନ୍ତୀ ସ୍ବାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଚନ୍ଦ୍ରଶେଖର ଶତପଥୀ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ଇସ୍ପାତ କଳା ପରିଷଦ,ସିଲଙ୍ଗ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍ ର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଉଦାହରଣ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିବା ବେଳେ ହୀରାଲାଲ ମହାପାତ୍ର,ପ୍ରଫେସର ହୃଷିକେଶ ନାୟକ, ମଥୁରା ତନ୍ତୀ,ସୁପ୍ରଭା ନାୟକ, ସଂକୀର୍ତ୍ତନ ଜୟପୁରିଆ, ଦୁର୍ଗା ତନ୍ତୀ, ରୋହିତ ତନ୍ତୀ,ଶଙ୍କର ଜେନା,ସୁନିଲ୍ କୟାଲ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କମିଟି ମାନଙ୍କୁ ନେଇ ପାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର

Sunil Chandra Nayak

ବେଲପାଳ ପଂଚାୟତ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ରେ ବ୍ଲକ ଅଧିକାରୀ ସହ କର୍ମଚାରୀ ଙ୍କ ଦେଖା ମିଳିଲା ନାହିଁ 

Sunil Chandra Nayak

ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!