ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକରେ ବଡ଼ ଖବର ସମ୍ପାଦକଙ୍କ ଗିରଫକୁ ବିଭିନ୍ନ ସଙ୍ଗଠନରେ ନିନ୍ଦା

ନର୍ଲା (ମନିସ) କଳାହାଣ୍ଡି ନର୍ଲା ବ୍ଲକ ଡାକବଙ୍ଗଳା ସମ୍ମୁଖରେ ବଡ଼ ଖବର ସମ୍ପାଦକ ଶ୍ରୀଯୁକ୍ତ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନର୍ଲା ବ୍ଲକ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ବରିଷ୍ଠ ଆଇନଜୀବି, ବୁଦ୍ଧିଜୀବୀ, ସଚେତନ ନାଗରିକ , ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇ ସରକାର ଯେଉଁଭଳି ଭାବରେ ଇଓଡ଼୍ଲକୁ ଲଗାଇ ଶ୍ରୀ ଦାସଙ୍କୁ ରାତି ଅଧିଆ ପୋଲିସ ଉଠାଇନେଲା ତାହା ଗଣତନ୍ତ୍ର ପ୍ରତି ଏକ କୁଠାରଘାତ୍ ବୋଲି ଉପସ୍ଥିତ ସମସ୍ତେ ନେତୃବୃନ୍ଦ ଦଳମତ ନିର୍ବିଶେଷରେ ଦୃଢ଼ ନିନ୍ଦା କରିବା ସହ ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ।ଏଭଳି ସତ୍ୟ ଖବର ପ୍ରସାରଣ କରୁଥିବା ଜଣେ ନିର୍ଭୀକ ଗଣମାଧ୍ୟମ ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ କେସ ଉଠାଇନେବା ପାଇଁ ଡାକ ବଙ୍ଗଳା ଠାରୁ ଶୋଭାଯାତ୍ରାରେ ଯାଇ ସମସ୍ତ ପ୍ରତିନିଧି ମଣ୍ଡଳୀ ନର୍ଲା ଥାନା ଡିଏସପି ଶ୍ରୀ ସମ୍ବିତ ମାଝୀଙ୍କୁ ଏକ ଲିଖିତ ସ୍ୱାକ୍ଷରିତ ଦାବି ପତ୍ର ପ୍ରଦାନ କରିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପ୍ରଶାନ୍ତ ଦାଶ ପାଇବେ ‘ଯୁବ ଲେଖକ ପୁରସ୍କାର’

Sunil Chandra Nayak

କୋକସରାରୁ ଗଡ଼ିଲା “ପଢ଼ନା ଲିଖନା” ସଚେତନ ରଥ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୂଳସୀ

Sunil Chandra Nayak

Leave a Comment

error: Content is protected !!