ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ରଜ

ରଜ

ନଳିନୀ ପ୍ରଭା ମିଶ୍ର

 

(ବନସ୍ତେ ଡାକିଲା ଗଜ ବୃତ୍ତେ)

 

ଆକାଶେ ଉଡାଜାହାଜ

ବରଷକେ ଥରେ ଆସିଛି ରଜ

  ଧରା ହୁଏ ସଜବାଜ।

ବୋଇତି କଖାରୁ କାଞ୍ଜି

କାଟେ ନାହିଁ ଆଉ ଗ୍ରୀଷମ ଝାଞ୍ଜି

  ପର୍ବରେ ଯିବା ମଜ୍ଜି।

 ପାଚିଲା ଖଜୁରୀ କୋଳି

 ଆମ୍ବ ତୋଟା ହୋଇଲାଣି ଗହଳି

   ନାନା କିସମର ଦୋଳି।

  ସୁଆଦିଆ ତାଳ‌ସଜ

ଆସ! ଆସ! ମୋର ନୂଆ ଭାଉଜ

  ହୋଇଯିବା ସଜବାଜ।

ପାଦରେ ଅଳତା ଗାର

ମଥାରେ ଟିକିଲି ନାଲି ସିନ୍ଦୂର

  ଦିଶିବ ଭାରି ସୁନ୍ଦର।

ଆସିଛି ଭାରୁଆ ଭାଇ

 ବାପ ଘରୁ ରଜ ଭାରକୁ ବୋହି

   ନବ ବିବାହିତା ପାଇଁ।

ବାଡିରେ ବାଉଁଶ ବଣ

ଯେଉଁ ସବୁ କଥା ଅଛି ବାରଣ

  ସେଥି ପ୍ରତି ଦେବା ଆମେ ଧ୍ୟାନ।

ଶିଳ,ଚକି ଧୋଇ ଦେଇ

ପାଦରେ କଦଳୀ ପଟୁ କା ନାଇ

  ଧରିତ୍ରୀ କୁ ବାଧା ଦେବା ନାହିଁ।

ବିଲରେ ପାଚିଲା ଧାନ

ଆମ ହାତ ଭଙ୍ଗା ମସଲା ପାନ

ବାଣ୍ଟିବା ରଜ ବିଧାନ।

ପଡ଼ିଆରେ ଚରେ ଗାଈ

 ଖିଲି ପାନ କଳେ ପାଟି ରଙ୍ଗାଇ

  ବୂଲି ଯିବା ସାହି ସାହି।

  ଇଟା ଭାଟି ପୋଡେ ଇଟା

ଏଣ୍ଡୁରି,କାକରା, ଆରିସା ପିଠା

   ନିଆରା ସେ ପୋଡ଼ ପିଠା।

 ବାରବାଟୀ ଗଡ଼ ଖାଇ

ଚାଷୀ ଦେଇଅଛି ଲଙ୍ଗଳ ଧୋଇ

  କ୍ଷେତ କାମେ ଯିବ ନାହିଁ।

 ବରଷା ବରଷେ ଜଳ

ଗାଁ ଦାଣ୍ଡେ ଲୁଡୁ,ତାସ ଖେଳ

 ଆବାଳବୃଦ୍ଧ ଙ୍କ ମେଳ।

ସଞ୍ଜ ଆସିଯିବ ବେଗେ

ମ ଉଜକୁ ଛାଡି ଖାଇବା ଆଗେ

  ରଜ ବିଧାନ ର ପୁରୋଭାଗେ।

ବିଲରେ ଧୋବଲା ବଗ

 ରଜ ପରା ଆମ ଗଣ ପରବ

  ବଢାଏ ଆମ ଗୋୖରବ।

ଆଷାଢ଼ ବରଷା ଧାରା

 ଏ ପର୍ବ ଆମରି ଭାଇ ଚାରା

  ମୈତ୍ରୀ ର ଭାବ ଭରା।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ରାସୋଳ ପୋଲିସ୍ ଓ ଅବକାରୀ ବିଭାଗ ର ଚଢ଼ାଉ ପରେ ବିପୁଳ ପରିମାଣ ର ମଦ ଓ ସାମଗ୍ରୀ ଜବତ

Sunil Chandra Nayak

ମମତା ସାହୁ ଙ୍କ କବିତା ମହାଲକ୍ଷ୍ମୀ ନାରାୟଣୀ

Sunil Chandra Nayak

Leave a Comment

error: Content is protected !!