ଜଣାଣ
ମାନଗୋବିନ୍ଦ ସ୍ବାଇଁ
ମୁହିଁ ଲେଖେ ଭାଷା ତୁମେ ଦିଅ ଭାଷା
ସରସ୍ଵତୀ କଣ୍ଠେ ରହି
ଗଣେଶ ରୂପରେ କହିଛ ସତରେ
ଜ୍ଞାନ ଭଣ୍ଡାର ଯେ ସେହି।
ହାତରେ ଦୁଆତ ଧରାଇ କହିଲ
ଲେଖ ପଦ ଶବ୍ଦ ମାନ
ଲେଖି ଗଲି ପଦ ହେଲା ଯେ ସଂପଦ
ସଂସ୍କୃତି ପାଇଁ ସମ୍ମାନ।
ଇତିହାସ ଦିନେ ଝୁରି ଗାଉଥିବା
କବି ଲେଖକଙ୍କ ଗୁଣ
ଲେଖି ଥିବା କଥା ସତ ହୋଇଅଛି
ଅଚ୍ୟୁତାନନ୍ଦ ପ୍ରଣାମ।
ଅକାଟ୍ୟ ବଚନ ସତରେ ପ୍ରମାଣ
ମହାପୁରୁଷଙ୍କ ବାକ୍ୟ ସିଦ୍ଧି
ମଠ ମନ୍ଦିରରେ ତାଙ୍କ ଯଶ଼ଃ କିର୍ତ୍ତୀ
ଗୁଣରେ ହେଲା ପ୍ରସିଦ୍ଧି।
ନିତି ତାଙ୍କ ବାକ୍ୟ ମାନିବାକୁ ହବ
ଜପି କର ତାଙ୍କ ସ୍ତୁତି
ବିପଦ ପଳାଇ ସୁଖକୁ ଆଣଇ
ସଂସାର ରହିବ ଶାନ୍ତି।