ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ୱେବସାଇଟ ରେ  ତୃଟି,ଏବେ ବି ଅକ୍ଷମିତା କାର୍ତ୍ତିକ କୋଷାଗୁମୁଡ଼ା ବିଡ଼ିଓ ?

ନବରଙ୍ଗପୁର,୪/୯(ମନିସ)  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ଙ୍କୁ ଫେବୃଆରୀ ମାସରେ ରାଜ୍ୟ ସରକାର ବଦଳି କରିଥିଲେ। ଫେବୃୟାରୀ ମାସ ରୁ ସେ କୋଷାଗୁମୁଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।୨୦୨୧ ଫେବୃୟାରୀ ଠାରୁ ୨୦୨୨ମେ ମାସ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ରହିଥିଲେ।ଜୁନ ମାସ ରେ ସେ ନବରଙ୍ଗପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରାଜସ୍ଵ ବିଭାଗରେ କାର୍ଯ୍ୟରତ୍ ଥିଲେ।ଏହା ପରେ ରାଜ୍ୟ ସରକାର କୋରାପୁଟ ଜିଲ୍ଲା ନାରାୟଣପାଟଣା ତହସିଲଦାର୍ ଭାବେ ବଦଳି କରିଥିଲେ।ଏହାର କିଛି ଦିନ ପରେ ପୁଣି ରାଜ୍ୟ ସରକାର ତହସିଲଦାର ପରିବର୍ତ୍ତେ ଜୁଲାଇ୨୦୨୨ରେ ସେ ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ବଦଳି କରିଥିଲେ।ସେ ନାରାୟଣପାଟଣା ବ୍ଲକ୍ ରେ ୨୦ଜୁଲାଇ ୨୦୨୨ରେ ସେ ଠାରେ ଥିବା ଗୋଷ୍ଟି ଉନ୍ନୟନ ଅଧିକାରୀ ଯଦୁମଣି ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। କୋରାପୁଟ ଜିଲ୍ଲାର ୱେବ ସାଇଟ୍ ରେ ଏହା ଲିପିବଦ୍ଧ ହୋଇଛି। ନବରଙ୍ଗପୁର ଜିଲ୍ଲା ୱେବସାଇଟ୍ ରେ ,ନବରଙ୍ଗପୁର ଜିଲ୍ଲାପାଳ ଠାରୁ ଆରମ୍ଭ କରି ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ପାପଡ଼ାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼ାବୁଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ନାମ ଠିକ୍ ଥିବା ବେଳେ କୋସାଗୁମୁଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ନାମ ରେ କିଭଳି ତୃଟି ହେଲା ବୋଲି ଅଭିଯୋଗ ହୋଇଛି। ତୁରନ୍ତ ସରକାରୀ ୱେବ ସାଇଟ ରେ ତତ୍କାଳୀନ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ନାମ ପରିବର୍ତ୍ତେ ବିଶ୍ଵନାଥ ରାଉତ କୋଷାଗୁମୁଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ସରକାରୀ ୱେବ ସାଇଟ୍ ରେ ଲିପିବଦ୍ଧ କଲେ, ଜନସାଧାରଣ ସମେତ ଯେ କୌଣସି ବ୍ୟକ୍ତି କୌଣସି ସୂଚନା ପାଇବାକୁ ହେଲେ, ୱେବ ସାଇଟ ଖୋଲି ଅବଗତ ହୋଇପାରିବ।ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବ୍ଲକ୍ ସମେତ ଜିଲ୍ଲାବାସୀ ଦାବି କରିଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିଉଜ୍।

Related posts

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak

ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ସଭାପତି ହେଲେ ବିରଞ୍ଚି ନାରାୟଣ ପଣ୍ଡା

Sunil Chandra Nayak

Leave a Comment

error: Content is protected !!