Uncategorizedଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଅବିନାଶୀ ଆତ୍ମା by Sunil Chandra NayakDecember 7, 20220122 Share0 ଅବିନାଶୀ ଆତ୍ମା କେବେ ଦୃଶ୍ୟମାନ କେବେ ଅନ୍ତର୍ଧ୍ୟାନ ନିରାକାର ପରମାତ୍ମା ଅଜର-ଅମର. ରୂପରେ ଓଁକାର ଅବିନାଶୀ ସେଇ ଆତ୍ମା |(୧) ସୃଷ୍ଟିର ସୃଜକ ତ୍ରିଲୋକ ରକ୍ଷକ ଚରାଚରେ ବିଦ୍ୟମାନ ଯାହାର ଇଙ୍ଗିତେ ସୂରୁଜ ବିୟତେ ହୁଅଇ ପ୍ରକାଶମାନ |(୨) ଗଗନରେ ତାରା ବାଦଲରେ ଧାରା ପୁନେଇଁ ଜହ୍ନ ନଭରେ ମହୀଧର-ମହୀରୁହ ଯେ ମଣିଷ ସର୍ବତ୍ର ବ୍ରହ୍ମ ତହିଁରେ |(୩) ଜଣା ତିନିଲୋକେ ତିନିଦେବ ଭାବେ ତ୍ରିକାଳ ଦଶ ଦିଗରେ ସେଇ ସର୍ବବ୍ୟାପୀ ପ୍ରଭୁ ଅବିନାଶୀ ସ୍ଥିତ ସକଳ ଆତ୍ମାରେ |(୪) ସତ୍ୟ ଯେ ସୁନ୍ଦର ସିଏ ହିଁ ଈଶ୍ୱର ଅନ୍ତର ହୃଦୟବାସୀ ଶୀର୍ଷ ରୁ ଯେ ଶେଷ ସିଏ ହିଁ ସର୍ବସ୍ଵ ଆତ୍ମା ସିଏ ଅବିନାଶୀ |(୫) ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଜୁନାଗଡ଼ (କଳାହାଣ୍ଡି) ଜନ୍ମଭୂମି:-ମଣ୍ଡଳ (ବଲାଙ୍ଗୀର)