ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା  ଅବିନାଶୀ ଆତ୍ମା

  ଅବିନାଶୀ ଆତ୍ମା

କେବେ ଦୃଶ୍ୟମାନ କେବେ ଅନ୍ତର୍ଧ୍ୟାନ
      ନିରାକାର ପରମାତ୍ମା 
ଅଜର-ଅମର. ରୂପରେ ଓଁକାର
     ଅବିନାଶୀ ସେଇ ଆତ୍ମା |(୧)
ସୃଷ୍ଟିର ସୃଜକ ତ୍ରିଲୋକ ରକ୍ଷକ 
     ଚରାଚରେ ବିଦ୍ୟମାନ 
ଯାହାର ଇଙ୍ଗିତେ ସୂରୁଜ ବିୟତେ
    ହୁଅଇ ପ୍ରକାଶମାନ |(୨)
ଗଗନରେ ତାରା ବାଦଲରେ ଧାରା 
     ପୁନେଇଁ ଜହ୍ନ ନଭରେ 
ମହୀଧର-ମହୀରୁହ ଯେ ମଣିଷ
     ସର୍ବତ୍ର ବ୍ରହ୍ମ ତହିଁରେ |(୩)
 ଜଣା ତିନିଲୋକେ ତିନିଦେବ ଭାବେ
       ତ୍ରିକାଳ ଦଶ ଦିଗରେ 
ସେଇ ସର୍ବବ୍ୟାପୀ ପ୍ରଭୁ ଅବିନାଶୀ
       ସ୍ଥିତ ସକଳ ଆତ୍ମାରେ |(୪)
ସତ୍ୟ ଯେ ସୁନ୍ଦର ସିଏ ହିଁ ଈଶ୍ୱର
        ଅନ୍ତର ହୃଦୟବାସୀ 
 ଶୀର୍ଷ ରୁ ଯେ ଶେଷ ସିଏ ହିଁ ସର୍ବସ୍ଵ
      ଆତ୍ମା ସିଏ ଅବିନାଶୀ |(୫)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର

 ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି:-ମଣ୍ଡଳ (ବଲାଙ୍ଗୀର)

Related posts

କାଜାକିସ୍ଥାନର କାଜାକ୍ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ମହା ଆଡମ୍ବର ରେ ପାଳିତ ହେଲା ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ମଦ ବିରୋଦ୍ଧରେ ସଂଗ୍ରାମ

Sunil Chandra Nayak

Leave a Comment

error: Content is protected !!