ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ , ୨୬ ପଞ୍ଚାୟତ ନିମନ୍ତେ ୧୩ ପଞ୍ଚାୟତ ଅଧିକାରୀ

ଜିପିଓ ପଦରେ ମଧ୍ୟ ଭାରପ୍ରାପ୍ତ ଅଧିକାରୀ

ରାଇଘର (ମ ନି ସ )୦୪/୦୯/୨୨– ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତିଶଗଡ ସୀମାନ୍ତ ଅଂଚଳ ହୋଇଥିବା ବେଳେ ୨୬ ଗୋଟି ପଞ୍ଚାୟତକୁ ନେଇ ବ୍ଲକ୍ ଗଠିତ l କିନ୍ତୁ ଏଠାରେ ପଂଚାୟତ ତୁଲାଇବା ନିମନ୍ତେ ୨୬ ଗୋଟି ପଞ୍ଚାୟତ ନିମନ୍ତେ ୧୩ ଅଧିକାରୀ ରହିଥିବା ବେଳେ ଅଂଚଳବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି l ପ୍ରତେକ ପଞ୍ଚାୟତରେ ପିଇଓ ନିଯୁକ୍ତି ଦେବାକୁ ବ୍ୟବସ୍ଥା ରହିଥିବା ବେଳେ ସୀମାନ୍ତ ବ୍ଲକରେ ଅଧିକାଂଶ ପଦବୀ ଖାଲି ପଡିଥିବା ଯୋଗୁଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ଲୋକଙ୍କ ନିକଟତର ହୋଇ ପାରୁନାହିଁ l ଏଥି ସହ ୨୬ ଗୋଟି ପଂଚାୟତ ଅଧିକାରୀ ମୁଖ୍ୟ ଜିପିଓ ପଦ ମଧ୍ୟ ଖାଲି ପଡ଼ିଛି ଫଳରେ ଭାରପ୍ରାପ୍ତ ଦାଇତ୍ୱରେ ଜଣେ ପିଇଓ ଦାଇତ୍ୱ ତୁଲାଉଛନ୍ତି l  ରାଇଘର ବ୍ଲକ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଓ )ପଦ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ଖାଲି ପଡ଼ି ଥିବାବେଳେ ୨୬ ଗୋଟି ପଞ୍ଚାୟତ ନିମନ୍ତେ ୧୩ ଜଣ ପଞ୍ଚାୟତ ଅଧିକାରୀ (ପିଇଓ ) ରହିଛନ୍ତି l ଜଣେ ଜଣେ ପିଇଓ ଉପରେ ଦୁଇ ତିନୋଟି ପଂଚାୟତ ଦାଇତ୍ୱ ରହିଛି l ଜଣେ ପିଇଓ ଦୁଇ ତିନୋଟି ପଂଚାୟତ ଦାଇତ୍ୱରେ ରହୁଥିବା ଯୋଗୁଁ ପଂଚାୟତବାସୀ ଅନେକ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି l ଅଧିକାଂଶ ସମୟରେ ଅନେକ ପଂଚାୟତ କାର୍ଯ୍ୟାଳୟ ବନ୍ଦ ରହୁଥିବା ବେଳେ ଦୁଇ ତିନି ଗୋଟି ପଞ୍ଚାୟତ ଦାଇତ୍ୱ ନେଇ ଅଧିକାରୀ ମାନେ ମଧ୍ୟ ନାନା ଚାପ ଗ୍ରସ୍ତ ହେଉଥିବା ନଜର ରହିଛି l ଗ୍ରାମାଞ୍ଚଳରେ ନାନା ଉନ୍ନୟନ କାର୍ଯ୍ୟ ହେଉଥିବା ବେଳେ ଉପାନ୍ତ ଇଲାକା ବୋଲି ପ୍ରଶାସନ ପକ୍ଷରୁ ତଦାରଖ ଅଭାବରୁ ସମସ୍ୟା ଦେଖା ଦେଇଛି l ଖୁଲମ୍ ଖୁଲା ଭାବେ ରାଇଘର ବ୍ଲକରେ ଦୁର୍ନୀତି ବଢିବାରେ ଲାଗିଥିବା ବେଳେ ପ୍ରତେକ ଉନ୍ନୟନ କାର୍ଯ୍ୟ ର ତଦନ୍ତ କରିବା ଆବଶ୍ୟକତା ରହିଛି l ୧୩ ଜଣ ପଞ୍ଚାୟତ ଅଧିକାରୀ ମଧ୍ୟରୁ ଜଣେ ତିନି ଗୋଟି ପଂଚାୟତ ଦାଇତ୍ୱ ରେ ରହିଥିବା ବେଳେ ୧୧ ଜଣ ଦୁଇ ଦୁଇଟି ପଂଚାୟତ ଦାଇତ୍ୱରେ ରହିଛନ୍ତି ଆଉ ଜଣେ ଜିପିଓ ପଦ ସହ ପିଇଓ ଦାଇତ୍ୱରେ ରହିଛନ୍ତି l ଏଭଳି ଅଧିକ ପଂଚାୟତ ଦାଇତ୍ୱ ଯୋଗୁଁ ସରକାରୀ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି l ସରକାରୀ ଯୋଜନା ପରିଚାଳନା,ପ୍ରକୃତ ହିତାଧିକାରୀଙ୍କୁ ଚିନ୍ହଟ କରି ସରକାରୀ ଯୋଜନାରେ ସାମିଲ କରିବା,ପଂଚାୟତ ସ୍ତରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ତାଲିକ ପ୍ରସ୍ତୁତ କରିବା,ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ ସହ ଭତ୍ତା ବଣ୍ଟନ,ଗ୍ରାମସଭା ପଲ୍ଲୀସଭା ଅନେକ କାର୍ଯ୍ୟ ରହିଛି କିନ୍ତୁ ଏଠାରେ ସମସ୍ୟାର ସମାଧାନ କରିବାକୁ ଅଧିକାରୀ ନାହାନ୍ତି l ରାଇଘର ବ୍ଲକ ଏକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ କେବଳ ଯେ ପଂଚାୟତ ଅଧିକାରୀ ପଦବୀ ଖାଲି ପଡିଛି ତାହା ନୁହେଁ ଅନେକ ବିଭାଗର ବିଭାଗୀୟ ପଦ ପଦବୀ ଖାଲି ପଡିଛି l ତେବେ ଗ୍ରାମାଞ୍ଚଳରେ ସରକାରୀ ଯୋଜନା ପହଞ୍ଚାଇବା ନିମନ୍ତେ ପଂଚାୟତ ଦାଇତ୍ୱରେ ପିଇଓ ପଦବୀ ମୁଖ୍ୟ ଅଟେ ତେଣୁ ଏହି ପଦବୀ ଖାଲି ପଡିଲେ ଗ୍ରାମାଞ୍ଚଳର ଉନ୍ନତି କରଣ ଠପ୍‌ ହୋଇ ପଡେ l ଅଧିକାରୀ ପଦ ପଦବୀ ଖାଲି ପଡିଥିବା ଯୋଗୁଁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି l ଗୋଟିଏ ପରେ ଗୋଟିଏ ସମସ୍ୟାର ଅଭିଯୋଗ ହେଉଥିବା ବେଳେ ସମସ୍ତ ଅଭିଯୋଗ ଫାଇଲ ରେ ପଡି ରହୁଛି l ପଛୁଆ ଅଂଚଳର ବିକାଶ ଓ ଉନ୍ନୟନ ମୂଲକ କାର୍ଯ୍ୟ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ରାସ୍ତା ଘାଟ ଠାରୁ ଆରମ୍ଭ କରି ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ,ସହ ବିଭିନ୍ନ ଜନ କଲ୍ୟାଣୀ କାରୀ ଯୋଜନା ଏଠାରେ ଅପହଞ୍ଚ ହେବା ସହ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଅଭିଯୋଗର ତଦନ୍ତ କରିବାକୁ ଏଠାରେ ଅଧିକାରୀ ନାହାନ୍ତି l ଅଧିକାରୀ ପଦବୀ ଖାଲି ପଡ଼ି ଥିବା ଯୋଗୁଁ ଉନ୍ନୟନ କାର୍ଯ୍ୟ କାଗଜ କଲମରେ ସୀମିତ ହୋଇ ରହୁଛି l ବର୍ତମାନ ସମୟରେ ପ୍ରତେକ ପଞ୍ଚାୟତ ସ୍ତରରେ କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ ଚାଲୁଥିବା ବେଳେ ତଦାରଖ କରିବାକୁ ଅଧିକାରୀ ନାହାନ୍ତି l ମାଓ ପ୍ରବଣ ତଥା ଦୁର୍ଗମ ହଳଦୀ,ଟିମନପୁର୍,ମୁଣ୍ଡିବେଡା,ଗୋନା,କୁନ୍ଦେଇ,ଖୁଡ଼ୁକ,ପରଚିପାରା,କାଉଡୋଳା ଭଳି ଅନେକ ସୀମାନ୍ତ ପଂଚାୟତ ରହିଥିବା ବେଳେ ଉକ୍ତ ପଂଚାୟତ ଉପରେ ବ୍ଲକ୍ ପ୍ରଶାସନର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି lଉକ୍ତ ଅଞ୍ଚଳ ଅଧିବାସୀ ନିକଟରେ ସରକାରୀ ଯୋଜନା ପ୍ରତେକ ସମୟରେ ଅପହଞ୍ଚ ହୋଇ ପଡୁ ଥିବା ବେଳେ ଅଂଚଳର ବିକାଶ ନିମନ୍ତେ ଅଧିକ ତଦାରଖ କରିବା ଆବଶ୍ୟକତା ରହିଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସୀମାନ୍ତ ରାଇଘର ବ୍ଲକରେ ଖାଲି ପଡିଥିବା ଅଧିକାରୀ ପଦବୀ ପୁରଣ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦିନ ପୁର୍ବେ ପଞ୍ଚାୟତ ଅଧିକାରୀ ମାନଙ୍କ ଏକ ବଦଳି ତାଲିକା ପ୍ରକାଶ ପାଇଥିଲା ରାଇଘର ବ୍ଲକରୁ ୯ ଜଣ ପଞ୍ଚାୟତ ଅଧିକାରୀ ଅନ୍ୟ ବ୍ଲକ୍ କୁ ବଦଳି ହୋଇଥିବା ବେଳେ ସେହି ଅନୁପାତରେ ମାତ୍ର ଚାରି ଜଣ ଅଧିକାରୀ ରାଇଘର ବ୍ଲକରେ ଯୋଗ ଦେଲେ ଫଳରେ ଅଧିକାରୀ ସଂଖ୍ୟା ସମ୍ପୁର୍ଣ ଭାବେ ହ୍ରାସ ପାଇଛି ଫଳରେ ଅଞ୍ଚଳ ର ଉର୍ନତି ମୁଳକ କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

ଶ୍ରୀ ସତ୍ୟସାଇ ବାବା ଙ୍କ ଆରାଧନା ମହୋତ୍ସବ ପାଳିତ

Sunil Chandra Nayak

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort