ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ପୁଅଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆମ୍ବ ଗଛରେ ମା ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ । ପ୍ରାଥମିକ ସୁତ୍ରରୁ ଜଣା ଯାଉଛି ଯେ ମୃତ ମା ପୁଅ ଖମାରୀ ପରିବାରର ସ୍ବର୍ଗତ ହରିସିଂ ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ ଖମାରୀ (୬୦) ପୁଅ ଆଶିଷ ଖମାରୀ (୩୦) ବୋଲି ଜଣା ପଡ଼ିଛି । ପରିପାର୍ସ୍ବୀକ ପରିସ୍ଥିତିରୁ ଜଣା ଯାଉଛି ଯେ ଦୁଇ ମା ପୁଅ ରାତ୍ରିରେ ଗ୍ରାମଠାରୁ ତିନି ଶହ ମିଟର ଦୂରରେ ଥିବା ଆମ୍ବ ଗଛରେ ନୂଆ ପ୍ଲାଷ୍ଟିକ ରାଶିରେ ଦୁଇ ଜଣ ଗୋଟିଏ ଗଛରେ ଝୁଲୁଥିବା ବେଳେ ଆତ୍ମହତ୍ୟା କରିଥିବା ସ୍ଥାନରେ ଗୋଟିଏ ପ୍ଲାଷ୍ଟିକ ସ୍ଥୁଳ ଓ ଗୋଟିଏ ଛତା ପଡିଛି । ଘଟଣା ସ୍ଥଲରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଅଟକ

ଦାବି ପୂରଣ ନହେଲେ ୭ରୁ କଳାବ୍ୟାଜ, ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ

Sunil Chandra Nayak

ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସ ହାତ ଖାଲି

Sunil Chandra Nayak

Leave a Comment

error: Content is protected !!