ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

ସକାଳ ଜଣାଣ

ହେ କଳା ଗୋସାଇଁ ଆସିଛି ମୁଁ ଧାଇଁ

ଦେଖିବାକୁ କଳା ରୂପ,

ଦୟାକର ବାରେ ଦେଖାଦିଅ ଥରେ

ତୁମେ ମୋ ଭାବର ସ୍ତୁପ।

 

ଭାଗ୍ୟ କଳାକାର ଭାଗ୍ୟ ଲେଖନୀକୁ

ଧରି ତୁମ ନିଜ ହାତେ,

ଭାଗ୍ୟ କାଳୀ ଧରି ଅଙ୍କିଦେଲ ପ୍ରଭୁ

ଭାଗ୍ୟର ଅଙ୍କନ ଯେତେ।

 

ଆଣିନି ତୁଳସୀ ଆଣିନି ଦୟଣା 

ଲୁହରେ ଚନ୍ଦନ ଘୋରି,

ଭକ୍ତି ଫୁଲ ହାର ଗୁନ୍ଥି ମୁଁ ଆଣିଛି

ଘେନ ହେ ବିଶ୍ଵ ବିହାରୀ।

 

ମନ ଅଗଣାରେ ନବ ବୃନ୍ଦାବନ

ଗଢ଼ିଛି ତୁମରି ପାଇଁ,

ତୁମରି ଛନ୍ଦରେ ଛନ୍ଦି ହେବା ପାଇଁ

କେବେଠୁ ରହିଛି ଚାହିଁ।

 

କେତେ ଆଉ ନବ ମୋଠାରୁ ପରୀକ୍ଷା

ସହିବାକୁ ଧୈର୍ଯ୍ୟ ନାହିଁ,

ଭକ୍ତି ପଣ ତୁମ ଦେଖାଇ ଦିଅହେ

ଅପେକ୍ଷାରେ ଅଛି ରହି।

ଶୁଭଶ୍ରୀ ପ୍ରଧାନ

 କୋଣାର୍କ , ପୁରୀ

Related posts

ଦିନରେ ଅଙ୍ଗନବାଡ଼ି ରାତିରେ ଗୁହାଳ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଚନ୍ଦ୍ରକଳା ଙ୍କ କବିତା ନିଦାଘ

Leave a Comment

error: Content is protected !!