ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ ହୋଇଅଛି। ଆଜିର ଦିନକୁ ମନେ ରଖିବା ସହ ଆଶା କର୍ମୀ , ସ୍ବାସ୍ଥ୍ୟକର୍ମୀଙ୍କ ଅବଦାନ କୁ ମନେପକାଇବାର ଉଦ୍ଧେଶ ନେଇ ଟିକାଦାନ ଦିବସ ପାଳିତ ହୋଇଅଛି। ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ.ଦୀନବନ୍ଧୁ ମହାନନ୍ଦ, ଡ଼ଃ ଆଦିତ୍ୟ ନାରାୟଣ ଯୋଶୀ, ଡ଼ଃ. ବିଜୟ କିଶୋର ଚଳାନ, ଧ୍ଵଲେଶ୍ବର ମେହେର ,ବିପିଏମ ବାସୁଦେବ ପଟେଲ, ପ୍ରମୁଖ ଉପସ୍ଥିତ ଥିଲେ। ଆଶା, ଲଳିତା ମେହେର ଆଶା ପ୍ରତିମା ଯୋଶୀ ଏ ଏନଏମ ସୁଭଦ୍ରା ଦଳପତିଙ୍କୁ ସମ୍ମାନିତ କରିଛନ୍ତି। ଟିକାଦାନ କୁ ସଫଳତା ସହ ସମ୍ପାଦନ ନେଇ ପ୍ରାଥମିକ ସ୍ବାସ୍ଥ୍ୟକର୍ମୀଙ୍କ ୧୦୦% ଶତ ପ୍ରତିଶତ ଅବଦାନ ନେଇ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post