ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମାନନ୍ଦ ବେହେରା ଙ୍କ କବିତା ମୋ ଜଗା ଆସିବ

ମୋ ଜଗା ଆସିବ

                     ପ୍ରେମାନନ୍ଦ ବେହେରା

 

ଆସିବ ଏଥର ମୋ ଜଗା ଆସିବ

       ଝୁଲି ଭାଇ ଭଗ୍ନୀ ସାଥେ

ରଥ ଯାତରାରେ ମାଉସୀ ଘରକୁ

       ଯିବ ବଡ଼ଦାଣ୍ଡ ପଥେ ।।

 

ଦେଖିବ ନୟନ ହୋଇବ ପବିତ୍ର

    ଖୁସି ଭରା ଅଶ୍ରୁପାତେ

ଆନନ୍ଦେ ମଗନ ହୋଇଯିବି କହି

   କଣ୍ଠରେ ହୋ ଜଗନ୍ନାଥେ ।।

 

ସିଂହ ଦୁଆରରେ ରହିଥିବି ଘେନି

       ତୁଳସୀର ମାଳା ହାତେ

ଗଳାରେ ତୁମର ପିନ୍ଧାଇ ଦେବି ହେ

     ଭକ୍ତି ଭାବେ ପ୍ରଣିପାତେ ।।

 

ଗତ ଦୁଇ ବର୍ଷ ଏକା ଏକା ଗଲ

       ଠକି ଦେଇଥିଲ ସତେ

ଏ ସନ ଭକତ ଗହଣେ ନାଚିବି 

   ଭୋଳ ହେବି ତୁମ ଗୀତେ ।।

 

ଘଣ୍ଟ ବାଜୁଥିବ ମୃଦଙ୍ଗର ତାଳେ

      ବସିଥିବ ତୁମେ ରଥେ

ଗଡି ଯାଉଥିବ ପୁଣ୍ୟ ନନ୍ଦିଘୋଷ 

     ସାରଥୀ ଦାରୁକ ସାଥେ ।।

 

ଟାଣି ନେଉଥିବେ ଭିଡି ଧରିଥିବେ

        ରଥ ଦଉଡିକୁ ହସ୍ତେ

ହରିବୋଲ ସଙ୍ଗେ ଜୟ ଜୟକାର

      ଶୁଭୁଥିବ ଭକ୍ତ ମୁଖେ ।।

 

ତୁମେ ତ ଠାକୁର ଶ୍ରୀପୁରୁଷୋତ୍ତମ

         ଦୟା ରଖିଥିବ ଭକ୍ତେ

ଏତିକି ମାଗୁଣି କରିବି ଠାକୁରେ

    ଧନ୍ୟ ତୁମ୍ଭେ ଏ ଜଗତେ ।।

ପଦ୍ମପୁର, ବରଗଡ଼

Related posts

ଆଇନଜିବିଙ୍କୁ ମରଣାତ୍ମକ ଆକ୍ରମଣରେ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା: ଡାକରାରେ ୬ ଟି ସଂଘ ସମର୍ଥନ

Sunil Chandra Nayak

ବାଲେଶ୍ବର – ମାଗୁଣି ଚରଣ ବାଳାଶ୍ରମର ବାର୍ଷିକ ଉତ୍ସବରେ କୃତି ଛାତ୍ରଙ୍କୁ ସାଟିଫିକେଟ ପ୍ରଦାନ

ଗୈାନ୍ତିଆପଡା ପୂଜା କମିଟିରେ ଶିଶୁଙ୍କ ପ୍ରତିଯୋଗୀତା

Sunil Chandra Nayak

Leave a Comment

error: Content is protected !!