ବାଲିଆପାଲ,/ ଲଙ୍ଗଳେଶ୍ଵର ,୨୮/୧୧(ମନି ସ ) ବାଲିଆପାଳ ବ୍ଲକ୍ ବଣିଆଡିହା ପଞ୍ଚାୟତ ଅଧିନସ୍ଥ ରାଇପୁର ଗ୍ରାମର ହରିହାଟ ପଡିଆ ଠାରେ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶ୍ବିନୀ କୁମାର ଜେନା, ବଣିଆଡିହା ପଞ୍ଚାୟତର ସମିତି ସଭ୍ୟ କଟି ମାରାଣ୍ତି , ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ,ଅକ୍ଷୟ ମଲ୍ଲିକ,ୱାର୍ଡମେମ୍ବର ବସନ୍ତ ମଲ୍ଲିକ,ଗୋବିନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ୍ ରେ କଷାଫଳ,ମନତାପାଳ,ରାଇପୁର,ନେପୁରା,କୁଦପଡା ପ୍ରଭୁତି ୫ଟି ଭଲିବଲ୍ ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳରେ ରାଇପୁର ଦଳ (୨-୧) ରେ ମନତାପାଳ ଦଳକୁ ହରାଇ ଚମ୍ପିଆନ ହୋଇଥିଲା । ବିଜୟୀ ଏବଂ ରନର୍ସ ଅପ୍ ଦଳକୁ ଟ୍ରଫି ଓ ଅର୍ଥ ପ୍ରଦାନ କରାଯାଇଥିଲା ।ଖେଳକୁ ସୁନିଲ ଚଣ୍ତ ଓ ଅମୂଲ୍ୟ ଚନ୍ଦ୍ର ଘଡେଇ ପରିଚାଳନା କରିଥିଲେ । ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ରାଇପୁର ହରିହାଟ କମିଟିର ହେମନ୍ତ କୁମାର ମଲ୍ଲିକ,ମଦନ ଜେନା,ରଂଜିତ୍ ଜେନା,ରାମଶଙ୍କର ସାହୁ,ମାନୁଶଙ୍କର ଜେନା,ଆଶୁତୋଷ ଦାସ,ବଳରାମ ସାହୁ,ଲକି ରଣା,ପର୍ଶୁରାମ ଦାସ,ହେମାନନ୍ଦ ଧଳ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।
ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍