ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଏଡ୍ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ଚନ୍ଦାହାଣ୍ଡି-(୧୪/୯ ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପ୍ରାଥମିକ ବିଏଡ୍ ଶିକ୍ଷକ ସଂଘ ତରଫରୁ ବିଭିନ୍ନ ସମସ୍ୟା ନେଇ ଅତିରିକ୍ତ ବିଇଓ ବିଜୟ ସୋରି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ୨୦୧୦ ମସିହା ପରଠାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ବିଏଡ୍ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଟିଜିଟି ହାରରେ ଦରମା ପ୍ରଦାନ ପାଇଁ ଦାବିକରି ମୁଖ୍ୟମନ୍ତ୍ରୀ ତଥା ଗଣଶିକ୍ଷା ସଚିବଙ୍କ ଉଦେସ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି l ଶିକ୍ଷା ଅଧିକାର ଆଇନ ଅନୁସାରେ ଅଷ୍ଟମ ଶ୍ରେଣୀ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମିଲ ହେବାପରେ ବିଷୟ ଭିତ୍ତିକ ଶିକ୍ଷକଙ୍କ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ୨୦୧୧ ମସିହାରୁ କେଟା ଗୋରୀ -୨ ରେ ବିଏଡ୍ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ l ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ+୨ ସିଟି ହାରରେ ଦରମା ପ୍ରଦାନ କରିଆସୁଛନ୍ତି l ଏହାକୁ ବିରୋଧ କରି ରାଜ୍ୟ ପ୍ରାଥମିକ ବିଏଡ୍ ମହାସଂଘ ତରଫରୁ ସାରା ଓଡ଼ିଶାର ଗୋଷ୍ଠୀଶିକ୍ଷା ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ସେହି ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକର ଉଚ୍ଚ ପ୍ରାଥମିକ ବିଏଡ୍ ଶିକ୍ଷକ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଭାର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ସମୟରେ ସୁଶାନ୍ତ କୁମାର ପତ୍ରୀ, ନିହାର ରଞ୍ଜନ ଯୋଶୀ, ମହେନ୍ଦ୍ର କୁମାର ସାହୁ, ସୁବାସ ଚନ୍ଦ୍ର ଗିରି, ଦୁଃଖୀମାଳା ନାୟକ, ତ୍ରିବିକ୍ରମ ହଂସ, ଗୋବିନ୍ଦ ସାହୁ, ନୀଳାଚଳ ନାୟକ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଉମାକାନ୍ତ ଦାସ ଙ୍କ ଗଳ୍ପ ଆଶିଷ ପାଇବ କିଏ

Sunil Chandra Nayak

ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ତିନି ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

କୋକସରା ଠାରେ ଖରିଫ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!