ଚନ୍ଦାହାଣ୍ଡି-(୧୪/୯ ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପ୍ରାଥମିକ ବିଏଡ୍ ଶିକ୍ଷକ ସଂଘ ତରଫରୁ ବିଭିନ୍ନ ସମସ୍ୟା ନେଇ ଅତିରିକ୍ତ ବିଇଓ ବିଜୟ ସୋରି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ୨୦୧୦ ମସିହା ପରଠାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ବିଏଡ୍ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଟିଜିଟି ହାରରେ ଦରମା ପ୍ରଦାନ ପାଇଁ ଦାବିକରି ମୁଖ୍ୟମନ୍ତ୍ରୀ ତଥା ଗଣଶିକ୍ଷା ସଚିବଙ୍କ ଉଦେସ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି l ଶିକ୍ଷା ଅଧିକାର ଆଇନ ଅନୁସାରେ ଅଷ୍ଟମ ଶ୍ରେଣୀ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମିଲ ହେବାପରେ ବିଷୟ ଭିତ୍ତିକ ଶିକ୍ଷକଙ୍କ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ୨୦୧୧ ମସିହାରୁ କେଟା ଗୋରୀ -୨ ରେ ବିଏଡ୍ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ l ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ+୨ ସିଟି ହାରରେ ଦରମା ପ୍ରଦାନ କରିଆସୁଛନ୍ତି l ଏହାକୁ ବିରୋଧ କରି ରାଜ୍ୟ ପ୍ରାଥମିକ ବିଏଡ୍ ମହାସଂଘ ତରଫରୁ ସାରା ଓଡ଼ିଶାର ଗୋଷ୍ଠୀଶିକ୍ଷା ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ସେହି ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକର ଉଚ୍ଚ ପ୍ରାଥମିକ ବିଏଡ୍ ଶିକ୍ଷକ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଭାର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ସମୟରେ ସୁଶାନ୍ତ କୁମାର ପତ୍ରୀ, ନିହାର ରଞ୍ଜନ ଯୋଶୀ, ମହେନ୍ଦ୍ର କୁମାର ସାହୁ, ସୁବାସ ଚନ୍ଦ୍ର ଗିରି, ଦୁଃଖୀମାଳା ନାୟକ, ତ୍ରିବିକ୍ରମ ହଂସ, ଗୋବିନ୍ଦ ସାହୁ, ନୀଳାଚଳ ନାୟକ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ