ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଓ ସଂଜୀବନୀ ବିକାଶ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

ମୟୂରଭଞ୍ଜ -୧୪ /୦୯/୨୨(ମସିହା)  ଭାରତରେ ପଞ୍ଜାବ ନେସନାଲ ବ୍ୟାଙ୍କ ଦ୍ଵିତୀୟ ସର୍ବବୃହତ୍ତମ ବ୍ୟାଙ୍କ ।ଭାରତର ଅର୍ଥନୈତିକ ବୃଦ୍ଧିରେ ଏହାର ଭୂମିକା ଅନନ୍ୟ ।ସଂଜୀବନୀ ବିକାଶ ଫାଉଣ୍ଡେସନ ଦେଶର ସାମାଜିକ ବିକାଶ କ୍ଷେତ୍ରରେ ଅହମ ଭୂମିକା ନିଭାଉଛି । ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଂଚଳରେ ଲୋକମାନଙ୍କର ଅର୍ଥନୀତି ବୃଦ୍ଧି ଓ ସାମାଜିକ ବିକାଶ ପାଇଁ ପଞ୍ଜାବ ନେସନାଲ ବ୍ୟାଙ୍କ ଏବଂ ସଂଜୀବନୀ ବିକାଶ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର ତଲକପୋଖରୀ ପଞ୍ଚାୟତ ଭଳି ଦୁର୍ଗମ ଆଦୀବାସୀ ଅଧ୍ୟୁଷିତ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡପୁର ଗାଁ ରେ ବୁଧବାର ଦିନ ଏକ ଗ୍ରାହକ ସେବାକେନ୍ଦ୍ର ଏବଂ ଆହାରବନ୍ଧ ପଞ୍ଚାୟତର ଆହାରବନ୍ଧ ଗାଁ ରେ ଏକ ଗ୍ରାହକ ସେବାକେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଜାବ ନେସନାଲ ବ୍ୟାଙ୍କର ଜୋନାଲ ମେନେଜର ଉଦୟ ଭାସ୍କର ରେଡ୍ଡୀ,ବାଲେଶ୍ବରର ସାର୍କଲ ମୁଖ୍ୟ ପୁରୁଷୋତ୍ତମ ପଟନାୟକ,କୁସୁମି ବିଡ଼ିଓ ଲକ୍ଷ୍ମଣ ସୋରେନ ,ତହସିଲଦାର ଶିବ ପ୍ରସାଦ ମୁର୍ମୁ,,ସଂଜୀବନୀ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷ ଅଖିଳେଶ ଅଖିଳ, ଉପସଭାପତି ଅମରେଶ କୁମାର, କୋଷାଧ୍ୟକ୍ଷ ରାଜେଶ କୁମାର,ସଂଜୀବନୀ ବିକାଶ ଫାଉଣ୍ଡେସନ ଓଡ଼ିଶା ମୁଖ୍ୟ ବିଭୁ ଦତ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଗଣ ଭାବ ବିହ୍ୱଳ ହୋଇ କହିଥିଲେ ମହାମହିମ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ଗ୍ରାହକ ସେବାକେନ୍ଦ୍ର ଖୋଲିବା ପାଇଁ ସୁଯୋଗ ପାଇଥିବାରୁ ସେମାନେ ନିଜକୁ ଧନ୍ୟ ମଣିଥିଲେ । ଅତିଥି ଗଣ କହିଥିଲେ ଯେଉଁ ଅଂଚଳରେ ଶିକ୍ଷା ଓ ବ୍ୟାଙ୍କ ବ୍ୟବସ୍ଥା ସୁଦୃଢ଼ ସେ ଅଂଚଳର ବିକାଶ ସେତେ ସଶକ୍ତ, ପ୍ରଗତିଶୀଳ ।ପରେ ଗ୍ରାମର କିଛି ଗ୍ରାହକଙ୍କୁ ନୂତନ ପାଶବୁକ୍ ପ୍ରଦାନ କରାଯାଇଥିଲା । ବ୍ୟାଙ୍କ ସବୁବେଳେ ଲୋକଙ୍କ ସହ ଅଛି ।ବ୍ୟାଙ୍କର ବିଭିନ୍ନ ଯୋଜନା ତଥା ଅଟଳ ବିହାରୀ ପେନସନ‌ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା,ଲାଇଫ ଇନ୍ସୁରାନ୍ସ, ଏବଂ ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଗ୍ରାହକ, ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ । ସଂଜୀବନୀ ଅଦ୍ୟାବଧି ରାଜ୍ୟରେ ପାହାଡପୁର ସମେତ ୪୩୧ ଟି ଗ୍ରାହକ ସେବାକେନ୍ଦ୍ର ଖୋଲି ଗ୍ରାମାଞ୍ଚଳରେ ଲୋକଙ୍କୁ ଉତ୍ତମ ବ୍ୟାଙ୍କ ସେବା ପ୍ରଦାନ କରିଆସୁଛି ତଥା ସହ ଅଂଚଳର ବିକାଶଧାରାରେ ସହଭାଗି ହୋଇଛି । ଶେଷରେ ସଂଜୀବନୀ ଅଧ୍ୟକ୍ଷ ବିଭୁ ଦତ୍ତ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ରାସ୍ତା ଖଣ୍ଡିକ ସାତ ସପନ; ଆଗ ପୋଲ ପରେ ରାସ୍ତା: ମୁନିଗୁଡା ପଡ଼ାବାସୀ।

ବିଜେଡି ରା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

Sunil Chandra Nayak

Leave a Comment

error: Content is protected !!